Fire in mission shakti Photograph: (sambad.in)
ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିରେ ସନ୍ଧ୍ୟା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ହେବା କାରଣରୁ ଜାମୁଡ଼ିହା ଗ୍ରାମରେ ଥିବା ମିସନ ଶକ୍ତି ଗୃହରେ ଅଚାନକ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ମିସନ ଶକ୍ତି ଗୃହରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ନୀଳଗିରି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଏହି ଗୃହରେ ଥିବା ଫ୍ୟାନ୍, ୪ଟି ଚେୟାର ସମେତ କିଛି କାଗଜ ପତ୍ର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଥିଲା।
Follow Us