ଅଶାନ୍ତ ରାଇରଙ୍ଗପୁର ଉପଖଣ୍ଡ: ଜାତୀୟ ରାଜପଥରେ ପୁଣି ଗୁଳି ଫୁଟିଲା

Advertisment

ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅଶାନ୍ତ ହେଉଛି। ଦିନକୁ ଦିନ ବନ୍ଧୁକ ଓ ବୋମାମାଡ଼ କରି ଚୋରି, ଛିନତାଇ, ଲୁଟ୍ ପ୍ରଭୃତି ମାମଲା ବୃଦ୍ଧି ହେବାକୁ ଲାଗିଛି। କିଛିଦିନ ପରେ ପୁଣି ଗୁଳି ଫୁଟିଛି।

ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅଶାନ୍ତ ହେଉଛି। ଦିନକୁ ଦିନ ବନ୍ଧୁକ ଓ ବୋମାମାଡ଼ କରି ଚୋରି, ଛିନତାଇ, ଲୁଟ୍ ପ୍ରଭୃତି ମାମଲା ବୃଦ୍ଧି ହେବାକୁ ଲାଗିଛି। କିଛିଦିନ ପରେ ପୁଣି ଗୁଳି ଫୁଟିଛି।

attack

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅଶାନ୍ତ ହେଉଛି। ଦିନକୁ ଦିନ ବନ୍ଧୁକ ଓ ବୋମାମାଡ଼ କରି ଚୋରି, ଛିନତାଇ, ଲୁଟ୍ ପ୍ରଭୃତି ମାମଲା ବୃଦ୍ଧି ହେବାକୁ ଲାଗିଛି। କିଛି ଦିନ ପୂର୍ବରୁ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଅରବିନ୍ଦ ଲ୍ୟାନଠାରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ୍‌ଙ୍କ ବାସଗୃହ ଉପରକୁ ବୋମା ମାଡ଼ କରିଥିଲେ। ତେବେ ସେଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଅଞ୍ଚଳରେ କାକୁଆ ଭୟ ଖେଳିଯାଇଥିଲା। ଆଜି ମଧ୍ୟ ଏକ ବୋଲେରୋ ଗାଡ଼ି ଉପରକୁ ଗୁଳିମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ବାଦାମପାହାଡ ଲୁହାଖଣିର ଏକ ବୋଲେରୋ ରାଇରଙ୍ଗପୁରରୁ ବାଦାମପାହାଡ଼ ଲୁହାଖଣିର ଶ୍ରମିକମାନଙ୍କୁ ପାରିଶ୍ରମିକ ଦେବା ପାଇଁ ଲକ୍ଷାଧିକ ଟଙ୍କା ଉକ୍ତ ବୋଲେରରେ ଯାଉଥିବା ସମୟରେ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଯୋଡ଼ା ନିକଟରେ ଦୁଇଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ପିଛାକରି ଏକ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଗାଡ଼ିର ଡ଼୍ରାଇଭର ମହାଦେବ ମାରାଣ୍ଡି (୪୦) ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଘଟଣା ପରେ ଦୁର୍ବୃତ୍ତମାନେ ଦ୍ରୁତଗତିରେ ଯଶିପୁର ଦିଗକୁ ଖସି ପଳାଇଥିବା ସୂଚନା ମିଳିଛି। ପରେ ଡ୍ରାଇଭର ଶ୍ରୀ ମାରାଣ୍ଡି ଓ ଲୁହାଖଣିର କର୍ମଚାରୀ ମାନେ ହାଟବାଦଡା ଫାଣ୍ଡି ପହଞ୍ଚି ଘଟଣା ସମ୍ପର୍କରେ ଫାଣ୍ଡି ଅଧିକାରୀ ପଞ୍ଚାନନ ମହାନ୍ତିଙ୍କୁ ଜଣାଇଥିଲେ।

ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥନଥିଲେ ମଧ୍ୟ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, ରାଇରଙ୍ଗପୁର ଟାଉନ୍ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ସରସ୍ଵତୀ ଟୁଡୁ, ଫାଣ୍ଡି ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ସମେତ ତାଙ୍କ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଦୁବୃର୍ତ୍ତଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପୋଲିସ ବିଭିନ୍ନ ସ୍ଥାନର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଥିବା ଜଣାପଡ଼ିଛି।

Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe