ହାତରେ ନିଜ ନାକକୁ ୩ ମିନିଟ୍ ପାଇଁ ବନ୍ଦ କଲେ, ‘ପୁନଶ୍ଚ ପୃଥିବୀ’ କଣ ପାଇଁ ଦରକାର ଲୋକେ ଜାଣିପାରିବେ

‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଲୋକମାନେ ନିଜ ହାତରୁ ନିଜ ନାକକୁ ୩ ମିନିଟ୍ ପାଇଁ ବନ୍ଦ କଲେ, ପୁନଶ୍ଚ ପୃଥିବୀ କଣ ପାଇଁ ଦରକାର ଜାଣିପାରିବେ। ଏକଥା କହିଛନ୍ତି ବିଧାୟକ ଆକାଶ ଦାସନାୟକ।

f32b949e-a61d-4761-b0de-b5b7651204d2

ଭୁବନେଶ୍ବର: ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ସିନେ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ବର୍ଣ୍ଣେଲା ଓ ନିର୍ଦ୍ଦେଶକ ଲିପିକା ସିଂ ଦରାଇ ଅତିଥି ଭାବେ ଯୋଗ ଦେଇଛନ୍ତି।  ଏଥିରେ ପରିବେଶଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ: କାହାଣୀ ମାଧ୍ୟମରେ ପରିବର୍ତ୍ତନକୁ ପ୍ରେରିତ କରିବା ଉପରେ ଆଲୋଚନା ଜାରି ରହିଛି।

ଆକାଶ ଦାସ ନାୟକ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି, ଆଗରୁ ସନ୍ଧ୍ୟାବେଳେ ଚନ୍ଦକା ଆଡୁ ଭୁବନେଶ୍ୱରକୁ ଥଣ୍ଡା ପବନ ବହେ, ହେଲେ ବର୍ତ୍ତମାନ କିନ୍ତୁ ତାପମାତ୍ରାରେ ବୃଦ୍ଧି ଘଟିଛି। ଭୁବନେଶ୍ୱର ଓ ମୋ ସହର ବ୍ୟାସନଗରର ତାପମାତ୍ର ଅଦ୍ଭୁତ ଭାବେ ବଢିଯାଇଛି। ଦିନ ବେଳେ ଆଉ ଖରାଦିନେ ଚାଲିବା ଅସମ୍ଭବ ହେଇପଡୁଛି। ସେ ସମ୍ବାଦ ସଂପାଦକ ତନୟା ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ସିଏ ପୁନଶ୍ଚ ପୃଥିବୀ ଭଳି ଏକ ଅଭିନବ ଅଭିଯାନ ସେ ଓଡ଼ିଶାରେ ଆରମ୍ଭ କଲେ। କୋରେଇ ନିର୍ବାଚନ ମଣ୍ଡଳୀରୁ କ୍ଲାଇମେଟ୍ ପଞ୍ଚାୟତ ଆରମ୍ଭ ହେଇଥିଲା। ଲୋକମାନେ ନିଜ ହାତରେ ନିଜ ନାକକୁ ୩ ମିନିଟ୍ ପାଇଁ ବନ୍ଦ କଲେ, ପୁନଶ୍ଚ ପୃଥିବୀ କଣ ପାଇଁ ଦରକାର ଜାଣିପାରିବେ।

ଏଥିରେ ସଞ୍ଜୟ ବର୍ଣ୍ଣେଲା କହିଛନ୍ତି, ଚଳଚ୍ଚିତ୍ର ନିର୍ମାଣର ବିଶେଷତା ହେଉଛି ‘ଷ୍ଟୋରୀ ଟେଲିଂ’। କେମିତି ଏକ କାହାଣୀକୁ କେଉଁ ଭଳି ଢଙ୍ଗରେ ଦର୍ଶକଙ୍କ ଆଗରେ ରଖିବା, ଯାହାଦ୍ୱାରା ଦର୍ଶକ ଚଳଚ୍ଚିତ୍ରର ଶେଷ ପର୍ଯ୍ୟନ୍ତ ବାନ୍ଧି ହୋଇ ରହିପାରିବେ। 

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe