ବିଜେଡି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି: ମନ୍ତ୍ରୀ

୨୦୩୬ରେ ଓଡିଶା ଭାଷା ଭିତ୍ତିକ ରାଜ୍ୟଭାବେ ଶହେ ବର୍ଷ ପୂର୍ତ୍ତି କରି ଏବଂ ୨୦୪୭ରେ ଆମ ଦେଶ ସ୍ବାଧୀନତାର ଶହେ ବର୍ଷ ପୂରଣ କରିବ। ସବକା ସାଥ, ସବକା ବିକାଶ ସଂକଳ୍ପକୁ ଏହି ବଜେଟ ଓଡିଶାର ସ୍ବପ୍ନକୁ ସାକାର କରିବ।

Polavaram

Polavaram Photograph: (Sambad.in )

ମାଲକାନଗିରି: ୨୦୩୬ରେ ଓଡିଶା ଭାଷା ଭିତ୍ତିକ ରାଜ୍ୟଭାବେ ଶହେ ବର୍ଷ ପୂର୍ତ୍ତି କରି ଏବଂ ୨୦୪୭ରେ ଆମ ଦେଶ ସ୍ବାଧୀନତାର ଶହେ ବର୍ଷ ପୂରଣ କରିବ। ସବକା ସାଥ, ସବକା ବିକାଶ ସଂକଳ୍ପକୁ ଏହି ବଜେଟ ଓଡିଶାର ସ୍ବପ୍ନକୁ ସାକାର କରିବ। ଓଡିଶାର ବଜେଟର ୨ ଲକ୍ଷ ୯୦ ହଜାର କୋଟି ଟଂକା ଚଳିତ ୨୦୨୫-୨୬ରେ ଖର୍ଚ୍ଚ ହେବ। ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ସଭାପତି ଅଶୋକ ପରିଡା, ପୂର୍ବତନ ସଭାପତି ନିମାଇଁ ପାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ହୋଇଥିବା କେନ୍ଦ୍ର ବଜେଟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ପାରିତ ବଜେଟ ସଂପର୍କରେ ମନ୍ତ୍ରୀ ଓ ସାଂସଦ ବଖାଣିଥିଲେ। କେନ୍ଦ୍ର ବଜେଟରୁ ଓଡିଶା ସିଂହ ଭାଗ ପାଇବ ବୋଲି ଦୁହେଁ ପ୍ରତିଶ୍ରୁତି ଦେଇଥିଲେ।

ତେବେ ସମସ୍ତ ଦିଗକୁ ମୁଖ୍ୟମନ୍ତ୍ରୀ ପ୍ରଧାନ୍ୟ ଦେଇଥିବା ସେ କହିଥିଲେ। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଯୁବକ, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ, ମହିଳା, ଚାଷୀ ଇତ୍ୟାଦିଙ୍କ ପାଇଁ ଏହି ବଜେଟରେ କୋଟି କୋଟି ଟଂକା ରଖାଯାଇଥିବା ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ କହିଥିଲେ।

ପୋଲାଭରମ ପ୍ରକଳ୍ପ ନେଇ ପ୍ରଶ୍ନ ପଚାରିବାରୁ ପ୍ରଥମେ ଟାଳି ଦେଇଥିଲେ। କିନ୍ତୁ ସାମ୍ବାଦିକ ଏହାର ଉତ୍ତର ରଖିବାକୁ ବାଧ୍ୟ କରିବା ପରେ ସାଂସଦ କେବଳ ବୁଝାଇଲା ଭଳି ଏନେଇ ସରକାର ସଜାଗ ରହିଛନ୍ତି। ଆଗାମୀ ଦିନରେ ଗ୍ରାମସଭା କରାଯାଇ କ୍ଷତିପୂରଣ ବାବଦକୁ ଚିନ୍ତା କରାଯାଉଥିବା କହିଥିଲେ। ବିଜେଡି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ କରିଥିଲେ।

ସେହିପରି ଜିଲ୍ଲାକୁ କେବେ ରେଳପଥ ଓ ଆକାଶ ପଥ ଆରମ୍ଭ ହେବ ବୋଲି ପ୍ରଶ୍ନର ଉତ୍ତରରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ। କିନ୍ତୁ ପରେ କାମ ଚାଲିଥିବା କହି ପ୍ରଶ୍ନର ଉତ୍ତର ରଖିଥିଲେ। ମାଲକାନଗିରି ଜିଲ୍ଲାର ବିକାଶ ନେଇ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ମନ୍ତ୍ରୀ କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe