ଭୁବନେଶ୍ବରରେ ଧଳା ଜହର ବେପାର: ୫ ଅଭିଯୁକ୍ତ ଗିରଫ

କମିସନରେଟ୍‌ ପୁଲିସ ଅଧୀନ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଧଳା ଜହର କାରବାର ଚାଲିଛି। ପୁଲିସ ଅତର୍କିତ ଚଢ଼ଉ କରି ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛିI ଏହି‌ ବେଆଇନ୍‌ କାରବାର ସହିତ ଜଡ଼ିତ ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ, କରିଛି।

Brown sugar

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧୀନ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଧଳା ଜହର କାରବାର ଚାଲିଛି। ପୁଲିସ ଅତର୍କିତ ଚଢ଼ଉ କରି ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛିI ଏହି‌ ବେଆଇନ୍‌ କାରବାର ସହିତ ଜଡ଼ିତ ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ, କରିଛି। ଏଥି ସହିତ ୩ଟି ବାଇକ୍‌ ଓ ୩ ହଜାର ଟଙ୍କା ଜବତ କରିଛିI ୫ ଅଭିଯୁକ୍ତଙ୍କ ଭିତରୁ ଜଣେ ହେଉଛି ରାଜେନ୍ଦ୍ର ମହାପାତ୍ର , ଯାହାଙ୍କ ନାଁରେ ୨ ଟି ମାମଲା ରହିଛିI ଶିବାନନ୍ଦ ନାଁରେ ମଧ୍ୟ ଜଟଣୀ ଥାନା ଅଧୀନରେ ରହିଛି ଅପରାଧିକ ମାମଲା ରୁଜୁ ହୋଇଛିI ଅନ୍ୟପଟରେ କମିସନରେଟ ପୁଲିସ ଧଳାଜହର କାରବାର ସହିତ ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି। 

ଭୁବନେଶ୍ବର ପ୍ରତ୍ୟେକ ଛକ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି। ପୂରା ଭୁବନେଶ୍ବରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୁଲିସ ମୁତୟନ କରାଯାଇଛି ରାତି ୧୦ଟା ପରେ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଏସବୁ ସତ୍ତ୍ବେ ରାଜଧାନୀରେ ‌ଅପରାଧୀଙ୍କ ଉତ୍ପାଦ ହ୍ରାସ ପାଉନାହିଁ। 

d95cc732-e7a4-4735-86d2-3e10a2aeeb34

ଅନ୍ୟ ଏକ ଅପରାଧିକ ମାମଲା ନେଇ କମିସନରେଟ୍‌ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନରେ ତାମିଲନାଡୁ ଗ୍ୟାଙ୍ଗର ତାଣ୍ଡବ ରଚିଛନ୍ତିI ଏହି ଗ୍ୟାଙ୍ଗର ସଦସ୍ୟମାନେ କିଶୋର କୁମାର ଝାଙ୍କ ୪୪ ହାଜର ଟଙ୍କା, ବ୍ୟାଙ୍କ ପସବୁକ ଓ ଅନ୍ୟାନ ଜିନିଷ ଲୁଟ କରିଥିଲେI ଗାଡ଼ିର କାଚ ଭାଙ୍ଗି ଲୁଟ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲାI ତାମିଲନାଡୁ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ, ସାମ୍ନାକୁ ଆସିଲା ଲୁଟ ପଛର ସତI ଆଇରନ ବଲ୍‌ ଓ ଝିଟିକିଣି ସାହାଯ୍ୟରେ ଗାଡିର କାଚ ଭାଙ୍ଗି ଲୁଟୁଥିଲେ ଏହି ଗ୍ୟାଙ୍ଗI ପ୍ରଥମଥର ପାଇଁ ଏହି ଗ୍ୟାଙ୍ଗକୁ ଭୁବନେଶ୍ୱରରୁ ଠାବ କରାଯାଇଛିI ସେମାନଙ୍କ ନିକଟରୁ ୧୯ ହଜାର ଟଙ୍କା ଜବତ ହୋଇଛିI 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe