ଖଣ୍ଡାରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ୩ ଅଭିଯୁକ୍ତ ଗିରଫ

ମାସକୁ ୭ ପ୍ରତିଶତ ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ଅଭିଯୁକ୍ତ ସାଇବର ଠକକୁ ସାଇବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ପ୍ରମୋଦ କୁମାର ମହାନ୍ତି। ଭୁବନେଶ୍ବର ଡିସିପି ଏହି ସୂଚନା ଦେଇଛନ୍ତି।

Five accuse arresteda

Five accuse arresteda Photograph: (sambad.in )

ଭୁବନେଶ୍ବର: ମାସକୁ ୭ ପ୍ରତିଶତ ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ଅଭିଯୁକ୍ତ ସାଇବର ଠକକୁ ସାଇବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ପ୍ରମୋଦ କୁମାର ମହାନ୍ତି। ଭୁବନେଶ୍ବର ଡିସିପି ଜଗମୋହନ ମିନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ଡିସିପି କହିଛନ୍ତି, ମିଳନ କୁମାର ବେହୁରା ଇନଭେଷ୍ଟମେଣ୍ଟ ନାମରେ ୧୨ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ। ତାଙ୍କ ନିକଟରୁ ୩ଟି ମୋବାଇଲ, ଚେକ୍‌ ବୁକ୍‌, ଡେବିଟ କାର୍ଡ, ପ୍ୟାନକାର୍ଡ଼, ରବର ଷ୍ଟାମ୍ପ ଜବତ ହୋଇଛି। ବୈଷ୍ଣବୖ ଏଣ୍ଟର ପ୍ରାଇଜେସ ନାଁରେ ଫେକ୍‌ କମ୍ପାନି କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଛି। ଠକେଇ ଟଙ୍କାକୁ ଏହି ଫେକ୍‌ କମ୍ପାନି ନାଁରେ ନେଇଥିବା ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତର ଦୁଇଟି ଆକାଉଣ୍ଟରୁ ପୁଲିସ ୮ଲକ୍ଷ ୩୯ ହଜାର ୯୦୦ଟଙ୍କା ଫ୍ରିଜ କରିଛି। ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ସାଇବର ଥାନା ତଦନ୍ତ ଜାରି ରଖିଛି। 

ଡିସିପି କହିଛନ୍ତି, ଅନ୍ୟ ଏକ ଘଟଣାରେ ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଅନିଲ କୁମାର ଦାସ ଗିରଫ ହୋଇଛି। ମୈତ୍ରୀ ବିହାର ଥାନାରେ ୫ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିବା ବେଳେ ମଞ୍ଚେଶ୍ୱର ଥାନାରେ ଦେଢ଼ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି।କମିସନରେଟ ପୁଲିସର ମଞ୍ଚେଶ୍ୱର ଏବଂ ମୈତ୍ରୀ ବିହାର ଥାନାରେ ଅନିଲଙ୍କ ନାଁରେ ଠକେଇ ଅଭିଯୋଗ ରହିଛି। 

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ କଲେଜ ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରିଲସ ବନେଇବା ପାଇଁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫଅଭିଯୁକ୍ତମାନେ ହେଲେ ସୂର୍ଯ୍ୟକାନ୍ତ ବେହେରା, ବିଶ୍ଵନାଥ ଜେନା ଏବଂ ପ୍ରିୟବ୍ରତ ରାଉତ। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ସହିଦନଗର ଏବଂ ମଞ୍ଚେଶ୍ୱର ଥାନାରେ ଏକାଧିକ ମାମଲା ରହିଛି।  ଆଉ ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି। ପୁଲିସ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ତଦନ୍ତରୁ ଜଣିବାକୁ ପାଇଛି। 

-ଜଗମୋହନ ମିନା, ଭୁବନେଶ୍ଵର ଡିସିପି

Bhubaneswar | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe