ଲୁଟେରା ଗ୍ୟାଙ୍ଗ୍‌ କାବୁ: ୫ ଅଭିଯୁକ୍ତ ଗିରଫ, ୧.୭୫ ଲକ୍ଷ ଟଙ୍କା ଜବତ

Advertisment

ମଦ ଦୋକାନକୁ କରୁଥିଲେ ଟାର୍ଗେଟ୍। ବିଳମ୍ବିତ ରାତିରେ ମଦ ଦୋକାନ ଗୁଡିକର ସଟର ତାଡି ଲୁଟି ନେଇ ଯାଉଥିଲେ ଟଙ୍କା। ଦୀର୍ଘ ଦିନ ଧରି ପୁଲିସ୍‌ର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳତା ପାଇଛି ଭଞ୍ଜନଗର ପୁଲିସ୍।

ମଦ ଦୋକାନକୁ କରୁଥିଲେ ଟାର୍ଗେଟ୍। ବିଳମ୍ବିତ ରାତିରେ ମଦ ଦୋକାନ ଗୁଡିକର ସଟର ତାଡି ଲୁଟି ନେଇ ଯାଉଥିଲେ ଟଙ୍କା। ଦୀର୍ଘ ଦିନ ଧରି ପୁଲିସ୍‌ର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳତା ପାଇଛି ଭଞ୍ଜନଗର ପୁଲିସ୍।

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଦ ଦୋକାନକୁ କରୁଥିଲେ ଟାର୍ଗେଟ୍। ବିଳମ୍ବିତ ରାତିରେ ମଦ ଦୋକାନ ଗୁଡିକର ସଟର ତାଡି ଲୁଟି ନେଇ ଯାଉଥିଲେ ଟଙ୍କା। ଦୀର୍ଘ ଦିନ ଧରି ପୁଲିସ୍‌ର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳତା ପାଇଛି ଭଞ୍ଜନଗର ପୁଲିସ୍। ଭଞ୍ଜନଗର ସହର ଉପକଣ୍ଠ ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତାରେ ରହିଥିବା ଏକ ମଦ ଦୋକାନରୁ ଗତ ୮ ତାରିଖ ପୂର୍ବ ରାତିରେ ଦୁବୃର୍ତ୍ତମାନେ ସଟର ତାଡି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଏନେଇ କେସ୍ ନମ୍ବର ୨୩୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଥିବା ଆଜି ଭଞ୍ଜନଗର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଗଞ୍ଜାମ ଥାନା ପ୍ରେବେସନର ଆଇପିଏସ୍ ମନିଷା ସଗୁନ୍ ସୂଚନା ଦେଇଛନ୍ତି। 

ଅଭିଯୁକ୍ତମାନେ ଭଞ୍ଜନଗର ମଦ ଦୋକାନ ଚୋରି ମାମଲାରେ ସଂପୃକ୍ତ ରହିବା ସହ ଜିଲ୍ଲାର ଅନ୍ୟ ୫ଟି ଥାନା ଅଧିନରେ ମଧ୍ୟ ୬ଟି ମଦ ଦୋକାନରୁ ଚୋରି ମାମଲାରେ ସଂପୃକ୍ତ ରହିଥିବା ସେ ପ୍ରକାଶ କରିଛନ୍ତି। ଗତ ଏକ ମାସ ମଧ୍ୟରେ ଭଞ୍ଜନଗର ଥାନା ସମେତ ଛତ୍ରପୁର, ବେଗୁନିଆପଡା, ରମ୍ଭା ଓ ଗଞ୍ଜାମ ଥାନା ଇଲାକାରେ ମଦଦୋକାନ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସିରିଜ ମଦ ଦୋକାନ ଚୋରି ଗ୍ୟାଙ୍ଗକୁ ଧରିବା ପୁଲିସ ପାଇଁ ବଡ଼ ଚାଲେଞ୍ଜ ପାଲଟିଥିବା ବେଳେ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠିତ ହୋଇଥିଲା। ଏହି ଟିମ୍ ସିସି ଟିଭି କ୍ୟାମେରା ଫୁଟେଜ ଆଧାରରେ ବୈଛଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ଥାନା ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। 

publive-image

ମଦ ଦୋକାନ ଚୋରି ମାମଲାରେ ସଂପୃକ୍ତ ରହିବା ସହ ଜିଲ୍ଲାର ଅନ୍ୟ ୫ଟି ଥାନା ଅଧିନରେ ମଧ୍ୟ ୬ଟି ମଦ ଦୋକାନରୁ ଚୋରି ମାମଲାରେ ସଂପୃକ୍ତ ରହିଥିବା ସେ ପ୍ରକାଶ କରିଛନ୍ତି। ଗତ ଏକ ମାସ ମଧ୍ୟରେ ଭଞ୍ଜନଗର ଥାନା ସମେତ ଛତ୍ରପୁର, ବେଗୁନିଆପଡା, ରମ୍ଭା ଓ ଗଞ୍ଜାମ ଥାନା ଇଲାକାରେ ମଦଦୋକାନ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ହିଞ୍ଜିଳି ଥାନା ବୁରୁପଦାର ବବୁଲୁ ଦଳାଇ, ପୁରୁଷୋତ୍ତମପୁର ଥାନା ଭାଟକୁମାରଡ଼ାର ରଞ୍ଜନ ରାଉଳ, ବୁଗୁଡ଼ା ଥାନା ଅରଖପୁରର ଅରୁଣ ନାୟକ, ଅଜୟ ନାୟକ ଓ ଚିତ୍ରସେନ ଜେନା। ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୬ଗୋଟି ମାମଲାରେ ୩ ଲକ୍ଷ ୪୬ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଥିବା ବେଳେ କେବଳ ଭଞ୍ଜନଗରରେ ହୋଇଥିବା ମଦ ଦୋକାନ ଚୋରୀ ମାମଲାରେ ୯୦ ହଜାର ଚୋରୀ ହୋଇଥିବା ବେଳେ ସେଥିରୁ  ୮୨ ହଜାର ଟଙ୍କା ଜବତ ହୋଇଥିବା ଆପିଏସ୍ ମନିଷା ସଗୁନ ପ୍ରକାଶ କରିଛନ୍ତି। ଏଥିସହ ସେମାନଙ୍କ ନିକଟରୁ ଏକ କାର ସହ ଚୋରି ସମୟରେ ବ୍ୟବହାର କରୁଥିବା ଏକ ଶାବଳକୁ ଜବତ କରାଯାଇଥିବା ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି।

ଅନ୍ୟ କିଛି ସ୍ଥାନରେ ଚୋରି ପାଇଁ ଉଦ୍ୟମ କରିଥିବା ବେଳେ ସଫଳ ହୋଇନଥିବା ବେଳେ ଉକ୍ତ ଚୋରି ମାମଲାରେ ଆହୁରି କିଛି ଅଭିଯୁକ୍ତ ରହିଥିବା ବେଳେ ସେମାନେ ଫେରାର ରହିଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର, ଏସ୍ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀକାନ୍ତ ମହାନ୍ତି, ଲିପିନା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Wine | Crime | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe