୫ଦିବସୀୟ ଯାତ୍ରାରେ ବାହାରିଲେ ପ୍ରଭୁ ଲିଙ୍ଗରାଜ, ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି

ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରାଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୫ଦିବସୀୟ ରଥଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଜି ଭୋର ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ ନୀତିକାନ୍ତି ପରେ ଅପରାହ୍‌ଣରେ ମହାପ୍ରଭୁଙ୍କ ରଥ ଗଡ଼ିଛି।

ଭୁବନେଶ୍ବର: ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରାଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୫ଦିବସୀୟ ରଥଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଜି ଭୋର ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ ନୀତିକାନ୍ତି ପରେ ଅପରାହ୍‌ଣରେ ମହାପ୍ରଭୁଙ୍କ ରଥ ଗଡ଼ିଛି। ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳିରେ ଗଗନ-ପବନ ଉଚ୍ଛୁଳିତ ଦେଖାଯାଇଛି। ସାମଗ୍ରୀକ ଭାବେ କହିବାକୁ ଗଲେ ରଥରୋଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ମହାପ୍ରଭୁଙ୍କ ରଥଯାତ୍ରା ରଥଟଣା କାର୍ଯ୍ୟ ପୂର୍ବରୁ ଅପରାହ୍‌ଣ ସାଢ଼େ ୩ଟାରେ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ନୀତିକାନ୍ତିରେ ବିଳମ୍ବ କାରଣରୁ ବିଳମ୍ବରେ ରୁକୁଣା ରଥ ମାଉସୀ ଘଣ ଅଭିମୁଖେ ଗଡ଼ିଥିଲା। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ରଥରୋଡରେ ଲକ୍ଷାଧିକ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ଅଣଲେଉଟା ରଥରେ ମହାପ୍ରଭୁ ମାଉସୀ ଘରକୁ ଯାଉଛନ୍ତି।

ଆଜି ପ୍ରାତଃ ୫ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ମଙ୍ଗଳ ଆରତି ଅନୁଷ୍ଠିତ ହୋଇଥିଲା। ଏହାପରେ ସାହାଣ ମେଲା ଦର୍ଶନ ହୋଇଥିଳା। ପରେ  ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା ମଧ୍ୟରେ ମହାସ୍ନାନ ନୀତି ସଂପନ୍ନ କରାଯାଇଥିଲା।

publive-image

ଅନ୍ୟପଟରେ ମହାପ୍ରଭୁଙ୍କର ନୀତିକ୍ରାନ୍ତି ବିଳମ୍ବରେ ହେବା କାରଣରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଆଜି ଅପରାହ୍‌ଣରେ ଗତକାଲି ତୁଳନାରେ ଖରା ଓ ତାପମାତ୍ରା ଅଧିକ ଅନୁଭୂତ ହୋଇଥିଲା। କିନ୍ତୁ ଭକ୍ତମାନେ ଖରାକୁ ଭୟ କରିନଥିଲେ। ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ରହିଥିଲା। ହରିବୋଲ, ହୁଳହୁଳି ଶବ୍ଦରେ ପରିବେଶ ଫାଟି ପଡୁଥିଲା ଭକ୍ତମାନେ ଆନ୍ଦନ ଓ ଉଲ୍ଲାସର ସହ ରୁକୁଣା ରଥକୁ ଆଗକୁ ଟାଣି ନେଉଛନ୍ତି। 

ଶୃଙ୍ଖଳିତ ଯାତ୍ରା ଓ ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ମତୟନ କରାଯାଇଛି। ଡିସିପିଙ୍କ ନେତୃତ୍ବରେ ଏକାମ୍ର କ୍ଷେତ୍ରରେ ୧୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହି ପଞ୍ଚଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ବରଙ୍କ ପୀଠକୁ ଯାଉଛନ୍ତି। ୪ ଦିନ ପରେ ବାହୁଡ଼ା ଯାତ୍ରାର ଆୟୋଜନ ହେବ। 

Bhubaneswar | Lingaraj temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe