Radhakrushna Temple Photograph: (sambad.in)
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଭାଲୁଡୁଙ୍ଗୁରୀ ଗ୍ରାମର ଶୃଙ୍ଗଦରସ୍ଥିତ ‘ରାଧାବଲ୍ଲଭ ମଠ’ ପରିସରେ ଆଜି ଠାରୁ ୫ଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଧାର୍ମିକ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ମଠ ପରିସରରେ ଫାଲଗୁନ କୃଷ୍ଣପକ୍ଷ ତୃତୀୟା ତିଥି ଅବସରରେ ଫେବ୍ରୁଆରି ୧୫ରୁ ଆରମ୍ଭ ହେବାକୁ ଥିବା ନାମଯଜ୍ଞ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ଥାନୀୟ ଅଞ୍ଚଳ ଓ ଦେଶବାସୀଙ୍କ ସହଯୋଗରେ ‘ରାଧାବଲ୍ଲଭ ମଠ’ରେ ଭବ୍ୟ କଳସ ଯାତ୍ରା, ସୁନ୍ଦରାକାଣ୍ଡ ପାଠ, ଚବିଶ ପ୍ରହରୀ ନାମଯଜ୍ଞ, ଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ସାଧୁସେବାର ଆୟୋଜନ କରାଯିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କର ସମାଗମ ହେବେ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଏନେଇ ‘ରାଧାବଲ୍ଲଭ ମଠ’ର ମହାରାଜ ସନତ କୁମାର ଦାସ କହିଛନ୍ତି, ଫେବ୍ରୁଆରି ୧୪ ତାରିଖ ଦିନ ପୂର୍ବାହ୍ଣ ୧୦ଟାରେ କଳସ ଯାତ୍ରାରୁ ୫ ଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କଳସ ଯାତ୍ରାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ସାମିଲ ହେବାର ସୌଭାଗ୍ୟ ଲାଭ କରିବେ। ଏହି ଅବସରରେ ସୁନ୍ଦରାକାଣ୍ଡର ଆୟୋଜନ କରାଯାଇଛି। ଗାୟକ ଗୁଲୁ ମିଶ୍ର ଓ ତାଙ୍କର ଟିମ୍ ସୁନ୍ଦରାକାଣ୍ଡ ପାଠ କରିବେ। କାର୍ଯ୍ୟକ୍ରମରେ ଭଗବାନ ରାମଙ୍କ ଭକ୍ତମାନଙ୍କର ସମାଗମ ହେବ।
‘ରାଧାବଲ୍ଲଭ ମଠ’ରେ ଭବ୍ୟ କଳସ ଯାତ୍ରା, ସୁନ୍ଦରାକାଣ୍ଡ ପାଠ, ଚବିଶ ପ୍ରହରୀ ନାମଯଜ୍ଞ, ଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ସାଧୁସେବାର ଆୟୋଜନ କରାଯିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କର ସମାଗମ ହେବେ।
ମହାରାଜ ସନତ ଦାସ କହିଛନ୍ତି, ଫେବ୍ରୁଆରି ୧୫ ତାରିଖ ଠାରୁ ମଠ ପରିସରରେ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହେବ। ଏହା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତିନିଦିନ ଯାଏଁ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ସ୍ଥାନରେ ‘ହରେ କୃଷ୍ଣ ହରେ କୃଷ୍ଣ…’ ନାମ ହେବ। ୧୭ ତାରିଖ ଦିନ ଏଠାରେ ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ହେବ। ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀରାଧାକୃଷ୍ଣ ବିଗ୍ରହଙ୍କୁ ମନ୍ଦିରରେ ପ୍ରବେଶ କରାଯିବ।
ସେହିପରି ମନ୍ଦିରର ଚାରିଦ୍ବାରରେ ୪ଟି ବିଗ୍ରହ (ଶ୍ରୀଜଗନ୍ନାଥ, ଶ୍ରୀଦ୍ବାରକାଧୀଶ, ଶ୍ରୀବଦ୍ରୀନାଥ ଓ ଶ୍ରୀରାମେଶ୍ବର) ମଧ୍ୟ ପ୍ରତିଷ୍ଠା ହେବ। ଏଥି ପାଇଁ ସ୍ବତସ୍ତ୍ର ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଉଛି। ସେହିପରି ଫେବ୍ରୁଆରୀ ୧୮ ତାରିଖରେ ନାମଯଜ୍ଞର ପୂର୍ଣ୍ଣାହୂତି, ସାଧୁସେବା ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।
Follow Us