ଜଳାଶୟରୁ ୫ଜଣ ଯୁବକ-ଯୁବତୀଙ୍କର ମୃତଦେହ ଉଦ୍ଧାର

ରାଜ୍ୟର ବିଭିନ୍ନ ସ୍ଥାନର ଜଳାଶୟରେ ଅଘଟଣ ଓ ଘଟଣା ଘଟି ୫ ଜଣ ଯୁବକ-ଯୁବତୀଙ୍କର ମୃତ୍ୟୁ ଘଟିଛି। ମୟୂରଭଂଜ ଜିଲ୍ଲାରେ ୨ ଜଣ ଯୁବକ, କୋରାପୁଟ ଜିଲ୍ଲାରେ ଦୁଇ ଜଣ ଯୁବକ-ଯୁବତୀ ଓ ରାଉରକେଲାରେ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି।

5 dead body

5 dead body Photograph: (sambad.in)

ବାରିପଦା/କୋରାପୁଟ/ରାଉରକେଲା: ରାଜ୍ୟର ବିଭିନ୍ନ ସ୍ଥାନର ଜଳାଶୟରେ ଅଘଟଣ ଓ ଘଟଣା ଘଟି ୫ ଜଣ ଯୁବକ-ଯୁବତୀଙ୍କର ମୃତ୍ୟୁ ଘଟିଛି। ମୟୂରଭଂଜ ଜିଲ୍ଲାରେ ୨ ଜଣ ଯୁବକ, କୋରାପୁଟ ଜିଲ୍ଲାରେ ଦୁଇ ଜଣ ଯୁବକ-ଯୁବତୀ ଓ ରାଉରକେଲାରେ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। 

ମୟୂରଭଞ୍ଜ ଜିଲ୍ଲା ବାରିପଦାର ୨୧ ନମ୍ବର ଓ୍ବାର୍ଡର ମଧୁବନ ଏବଂ ମୁର୍ଗାବାଡ଼ିରୁ ଅଙ୍କିତ କୁମାର ଭୂଜବଳ (୨୦) ଏବଂ ରଘୁନାଥପୁର ଅଞ୍ଚଳର  ଅଂଶୁମାନ ନାଏକ (୨୦) ଅନ୍ୟ ୫ ଜଣ ସାଙ୍ଗଙ୍କ ସହିତ ମିଶି ଆଜି ପୂର୍ବାହ୍‌ଣରେ ଶିମିଳିପାଳ ବୁଲି ଯାଇଥିଲେ। ସେଠାରେ ସେମାନ ନଦୀରେ ଗାଧେଇବା ସମୟରେ ଅଙ୍କିତ ଓ ଅଂଶୁମାନଙ୍କ ଗୋଡଖସି ଯାଇଥିଲା। ଫଳରେ ସେମାନେ ୨ଜଣ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ନିଖୋଜ ହେବାର କିଛି ସମୟ ପରେ ଅଗ୍ନିଶମ ବାହିନୀ ୨ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ଡାକ୍ତରଖାନାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପାଇଁ ମୃତଦେହ  ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ପଠାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।   

ରାଉରକେଲା ଅଧୀନ ତେତେରକେଲା ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛିl ସାଙ୍ଗ ହୋଇ ଗାଧୋଇବା ବେଳେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ସାଙ୍ଗ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। 

ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ଜଲାପୁଟ ଜଳଭଣ୍ଡାରରେ ଏକ ଅଘଟଣ ଘଟିଥିବା କୁହାଯାଉଛି। ଜଲାପୁଟ ଡ୍ୟାମରୁ ୨ ଜଣ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମାନେ ଗତକାଲି ଠାରୁ ନିଖୋଜ ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜିବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ଦୁହିଁଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଓ ଯୁବତୀ ପାଡୁଆ ଥାନା ଅନ୍ତର୍ଗତ ବନୁର ଓ ବାଇରପଡ଼ା ଗାଁର ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଛି ତାହା ଏ ଯାଏ ସ୍ପଷ୍ଟ ହୋଇନି। ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି। 

 Water | Rourkela | Koraput | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe