ପୁଲିସ ହାତରେ ଛନ୍ଦି ହୋଇଗଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌

କଟକ ଗ୍ରାମାଞ୍ଚଳ ପୁଲିସକୁ ବଡ଼ ସଫଳତା ମିଳିଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ପାଣି ପାଇପ୍‌ ନେଇ ଫେରାର ହେବାକୁ ଉଦ୍ୟମ କରିଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ପୁଲିସ ହାତରେ ଧରାପଡ଼ି ଯାଇଛନ୍ତି।  

Water Pipes stolen

Water Pipes stolen Photograph: (sambad.in)

ଆଠଗଡ଼: କଟକ ଗ୍ରାମାଞ୍ଚଳ ପୁଲିସକୁ ବଡ଼ ସଫଳତା ମିଳିଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ପାଣି ପାଇପ୍‌ ନେଇ ଫେରାର ହେବାକୁ ଉଦ୍ୟମ କରିଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ପୁଲିସ ହାତରେ ଧରାପଡ଼ି ଯାଇଛନ୍ତି।  

ଆଠଗଡ଼ ପୁଲିସର ରାତି ପାଟ୍ରୋଲିଂ ସମୟରେ ଆଠଗଡ଼ ଥାନା ଅନ୍ତର୍ଗତ କେନ୍ଦୁଟୋକଳି ଠାରେ ପ୍ରସ୍ତାବିତ ଜଳ ବିଶୋଧନ କେନ୍ଦ୍ର ପାଇଁ ବଡ଼ବନ ପାଇପ୍ ରଖାଯାଇଥିଲା। ଏହାରି ଉପରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ନଜର ପକାଇଥିଲେ। ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏଥିରେ ସାମିଲ କରିଥିଲେ।

ତେବେ ଚୋରି ସମୟରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପାଞ୍ଚ ଜଣିଆ ସଦସ୍ୟକୁ ପୁଲିସ ଧରିବାର ସକ୍ଷମ ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ଜଣଙ୍କର ଘର ମଧ୍ୟପ୍ରଦେଶ। ଅନ୍ୟ ଦୁଇ ଜଣଙ୍କର ଘର ଆଠଗଡ଼ ଅଞ୍ଚଳରେ ହୋଇଥିବା ଜଣାପଡିଛି।

ପୁଲିସ ପାଇପ ଲୋଡିଂ ଥିବା ଦୁଇଟି ଆଇଚର ଗାଡି, ଏକ କାର୍ ଏବଂ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଧରି ଅଧିକ ତଦନ୍ତ ଜାରି ରଖିଛି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Crime | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe