୫ ଲ୍ୟାଣ୍ଡମାଇନ ଉଦ୍ଧାର, ନିଷ୍କ୍ରିୟ କଲେ ଯବାନ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଯବାନ ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି। ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ୫ ଲ୍ୟାଣ୍ଡମାଇନ୍‌ ଉଦ୍ଧାର ସହ ନିଷ୍କ୍ରିୟ କରିଛନ୍ତି।

 5 landmine recovered

5 landmine recovered Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଯବାନ ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି। ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଏହି ରାସ୍ତା ଅତି ବିପଦପୂର୍ଣ୍ଣ ଥିବା ସୁରକ୍ଷାକର୍ମୀ ଜାଣିବା ପରେ ଏହି ଅଂଚଳରେ ଅତି ସତର୍କତାର ସହ ହାତେ ମାପି ଚାଖଣ୍ଡେ ଚାଲୁଥିଲେ।

ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ।

ତେବେ ବୋମା ଯାଞ୍ଚ କରିବା ମେସିନ ଦ୍ବାରା ରାସ୍ତାର ବିଭିନ୍ନ ସ୍ଥାନରେ ୨କିଲୋ ଓଜନର ୩ଟି ଏବଂ ୫ କିଲୋ ଓଜନର ୨ଟି ବୋମା ଖଞ୍ଜା ଯାଇଥିଲା। ଯାହାକୁ ସୁରକ୍ଷାକର୍ମୀ ଠାବ କରିବା ପରେ ବୋମା ନିଷ୍କ୍ରିୟ ଦଳକୁ ଡକାଯାଇଥିଲା। ଘଟଣାସ୍ଥଳରେ ହିଁ ବୋମା ନିଷ୍କ୍ରିୟ ଦଳ ଏହି ବୋମାକୁ ନିଷ୍କ୍ରିୟ କରିଥିଲେ। ତେବେ ଏକ ବଡ଼ଧରଣର ଅଘଟଣକା ସୁରକ୍ଷାକର୍ମୀ ଟାଳି ଦେଇଥିବା କୁହାଯାଇଛି। ନକ୍ସଲଙ୍କର ସମସ୍ତ ଚାଲକୁ ସୁରକ୍ଷାକର୍ମୀ ବିଫଳ କରିବାରେ ସଫଳତା ହାସଲ କରିବାରେ ଲାଗିଛନ୍ତି। 

 Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe