27 maoists Photograph: (sambad.in )
ମାଲକାନଗିରି: ଛତିଶଗଡର ବିଜାପୁର ଜିଲ୍ଲୀ ସୀମାନ୍ତ ଜଂଗଲରେ ଆଜି ପୁଣି ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ପ୍ରାୟ ୨ ଘଣ୍ଟା ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ପ୍ରାୟ ୩୦୦ ଯବାନ ବିଜାପୁର ସୀମାନ୍ତ ଜଂଗଲରେ ଚଢାଉ କରିଥିଲେ। ଆଜି ସକାଳୁ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ତେବେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ୪ ଜଣ ନକ୍ସଲଙ୍କ ମୃତ ଦେହ ଠାବ କରାଯାଇଛି। ଏଥିସହ ଚାରୋଟି ବନ୍ଧୁକ ଜବତ କରାଯାଇଛି। 
ସେହିପରି ସୁକମା ଜିଲ୍ଲାର କିଷ୍ଟରାମ ଜଂଗଲରେ ପୁଲିସ ନକ୍ସଲ ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଛି। ଏହି ଏନକାଉଣ୍ଟରରେ ବହୁ ନକ୍ସଲ ମୃତାହତ ହୋଇଥିବା ପୁଲିସ କହିଛି। ତେବେ ନକ୍ସଲଙ୍କୁ ଆଉ ନିସ୍ତାର ନାହିଁ। ଯବାନ ସଂପୂର୍ଣ୍ଣ ଛତିଶଗଡର ସମସ୍ତ ଜଂଗଲକୁ ଘେରି ରହିଛନ୍ତି। ନକ୍ସଲ ଆତ୍ମସମର୍ପଣ ନକଲେ ମରିବେ ବୋଲି ପୁଲିସ କହିଛି।
ଅନ୍ୟଦିଗରେ ଗତ କିଛି ତଳେ ହୋଇଥିବା ଆବୁଝମାଡ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ୨୭ ନକ୍ସଲଙ୍କର ଚିହ୍ନଟ ହୋଇଛି। ସେମାନେ ହେଲେ ୧୦ କୋଟି ଘୋଷିତ କେନ୍ଦ୍ରୀୟ କମିଟି ମହାସଚିବ ବାସବରାଜୁ(୭୦), ୨୫ ଲକ୍ଷ ଘୋଷିତ ଡିକେଏସଜେଡସିଏମ ଜଙ୍ଗୁ ନବୀନ ଅରଫ ମଧୁ(୪୫), ୧୦ ଲକ୍ଷ ଘୋଷିତ ପିଏଲଜିଏ ସଦସ୍ୟା ସଂଗୀତା(୩୫), ୧୦ ଲକ୍ଷ ଘୋଷିତ ଭୁମିକା(୩୫), ୧୦ ଲକ୍ଷ ଘୋଷିତ ରୋଶନ ଅରଫ ଟିପୁ(୩୫), ୧୦ ଲକ୍ଷ ଘୋଷିତ ସୋମଲି(୩୦), ୮ ଲକ୍ଷ ଘୋଷିତ ଉଗେନ୍ଦ୍ର(୩୦), ୮ ଲକ୍ଷ ଘୋଷିତ ଉଙ୍ଗା ଅରଫ ନବୀନ(୨୫), ୮ ଲକ୍ଷ ଘୋଷିତ ବୁଚ୍ଚି ଅରଫ ବସଂତି(୨୫), ୮ ଲକ୍ଷ ଘୋଷିତ ଭୀମେ ଅରଫ ମାସେ(୨୫), ୮ ଲକ୍ଷ ଘୋଷିତ ରବି ଵଣ୍ଡୋ(୨୫), ୮ ଲକ୍ଷ ଘୋଷିତ ଗୀତା(୨୫), ୮ ଲକ୍ଷ ଘୋଷିତ ଜୁଗୋ ଅରଫ ଯମୁନା(୨୫), ୮ ଲକ୍ଷ ଘୋଷିତ ବିଜ୍ଜା ଅରଫ ଲାଲସୁ(୨୩), ୮ ଲକ୍ଷ ଘୋଷିତ ଛୋଟି ଅରଫ ରେଶମା(୨୩), ୮ ଲକ୍ଷ ଘୋଷିତ କୋସି ଅରଫ କାନ୍ତି(୨୩), ୮ ଲକ୍ଷ ଘୋଷିତ ଇଡମେ ଅରଫ ସନକି(୨୫), ୮ ଲକ୍ଷ ଘୋଷିତ ସୁର୍ଯ୍ୟା(୨୨), ୮ ଲକ୍ଷ ଘୋଷିତ କୋସା ଅରଫ ନାଗେଶ(୨୨), ୮ ଲକ୍ଷ ଘୋଷିତ ରାଜୁ ଆୟାମ(୨୨), ୮ ଲକ୍ଷ ଘୋଷିତ ବଦରୁ ଅଡି(୨୬), ୮ ଲକ୍ଷ ଘୋଷିତ ମଣ୍ଡକୋ ଅରଫ ସରିତା(୩୦), ୮ ଲକ୍ଷ ଘୋଷିତ ରାଜେଶ ତେଲମ(୩୫), ୮ ଲକ୍ଷ ଘୋଷିତ ଆଚତେ(୨୫), ୮ ଲକ୍ଷ ଘୋଷିତ କଲ୍ପନାଅ ଅବଲମ(୨୦), ୮ ଲକ୍ଷଘୋଷିତ ନନ୍ଦୁ ଅରଫ ନିଲେଶ(୩୦), ୮ ଲକ୍ଷ ଘୋଷିତ ସୁନିଲ(୨୫)।
maoists 
                            
                        
                        
                        
                    
  
 Follow Us