ବାଟବଣା ଆବାସ ଯୋଜନା: ଭିଟାମାଟି ଛାଡ଼ିଲେ ପରିବାରର ୫ଜଣ ସଦସ୍ୟ

Advertisment

ପ୍ରତିମାଙ୍କ ପରିବାର ଏକ ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ୫ଜଣ ସଦସ୍ୟଙ୍କୁ ଧରି ଜୀବନ କାଟୁଥିଲେ। ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ନିଜ ଜନ୍ମମାଟି ନିଜ ବାପା ଘର ପାବୁରିଆ ପଞ୍ଚାୟତ ବରିଗୁଡ଼ା ଯାଇ କୁଲି ମଜୁରି କରି ଯେତିକି ମିଳୁଛି ସେତିକିରେ ଚଳୁଛନ୍ତି।

ପ୍ରତିମାଙ୍କ ପରିବାର ଏକ ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ୫ଜଣ ସଦସ୍ୟଙ୍କୁ ଧରି ଜୀବନ କାଟୁଥିଲେ। ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ନିଜ ଜନ୍ମମାଟି ନିଜ ବାପା ଘର ପାବୁରିଆ ପଞ୍ଚାୟତ ବରିଗୁଡ଼ା ଯାଇ କୁଲି ମଜୁରି କରି ଯେତିକି ମିଳୁଛି ସେତିକିରେ ଚଳୁଛନ୍ତି।

PMAY

PMAY Photograph: (sambad.in)

ଘୁ.ଉଦୟଗିରି: ସରକାରଙ୍କ ଆବାସ ଯୋଜନା ଫେଲ୍ ମାରିଛି। ଘର ଛପର ନଷ୍ଟ ହୋଗଲାଣି ଘରର ମାଟି କାନ୍ଥ ସବୁ ଫାଟି ଆଁ କରିଛି। ଏପରି ବିପଦ ସଙ୍କୁଳ ଘରେ ପରିବାର ଧରି ରାତ୍ରିଯାପନ କରୁଛନ୍ତି ଏକ ପରିବାର। କିନ୍ତୁ ଆବାସ ଯୋଜନାରେ ଘର ମିଳିପାରୁ ନାହିଁ। କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଡଲାବାଲି ଗ୍ରାମର ପ୍ରତିମା ପ୍ରଧାନଙ୍କ କ୍ଷେତ୍ରରେ ଏହା ହିଁ ଘଟିଛି। 

ପ୍ରତିମାଙ୍କ ପରିବାର ଏକ ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ୫ଜଣ ସଦସ୍ୟଙ୍କୁ ଧରି ଜୀବନ କାଟୁଥିଲେ। ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ନିଜ ଜନ୍ମମାଟି ନିଜ ବାପା ଘର ପାବୁରିଆ ପଞ୍ଚାୟତ ବରିଗୁଡ଼ା ଯାଇ କୁଲି ମଜୁରି କରି ଯେତିକି ମିଳୁଛି ସେତିକିରେ ଚଳୁଛନ୍ତି। କଷ୍ଟ କଲେ ଯାହା ମିଳୁଛି ସେତିକିରେ ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି। ଦୀର୍ଘ ବର୍ଷରୁ ଭଙ୍ଗା ଦଦରା ଚାଳ ଛପର ଘର ବିତୁ ଥିଲା ଜୀବନ।

ସରକାରଙ୍କ ଆବାସ ଯୋଜନା ଫେଲ୍ ମାରିଛି। ଘର ଛପର ନଷ୍ଟ ହୋଗଲାଣି ଘରର ମାଟି କାନ୍ଥ ସବୁ ଫାଟି ଆଁ କରିଛି। ଏପରି ବିପଦ ସଙ୍କୁଳ ଘରେ ପରିବାର ଧରି ରାତ୍ରିଯାପନ କରୁଛନ୍ତି ଏକ ପରିବାର। ଘର ମରାମତି କରିବା ପାଇଁ ହାତରେ ସମ୍ବଳ ନାହିଁ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ପ୍ରତିମା ପ୍ରଧାନ।

ଗତ ଦୁଇ ବର୍ଷ ହେଲା ବର୍ଷା ପବନରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁଥିଲା  ଯାହା ଫଳରେ ନିଜ ଜନ୍ମମାଟିକୁ ଯାଇ ସେଠାରେ ରହି ଆସୁଛନ୍ତି ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି। ଦିନେ ନୁହେଁ କି ମାସେ ନୁହେଁ। ବର୍ଷବର୍ଷ ଧରି ମାଟି ଘରେ ହିଁ ବିତୁ ଥିଲା ଜୀବନ। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ପ୍ରତିମା ପ୍ରଧାନଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଦେଖିବାକୁ ବାକି ରହିଛି ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛନ୍ତି।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe