ନକ୍ସଲ ସହ ନିର୍ଣ୍ଣାୟକ ଲଢେଇ: ଯବାନଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି। ପ୍ରାୟ ୧୦ ହଜାର ଯବାନ ସୀମାନ୍ତବର୍ତ୍ତୀ ଜଂଗଲରେ ନକ୍ସଲଙ୍କୁ ଘେରି ରହିଛନ୍ତି।

Five naxals killed

Five naxals killed Photograph: (sambad.in)

ମାଲକାନଗିରି: ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି। ପ୍ରାୟ ୧୦ ହଜାର ଯବାନ ସୀମାନ୍ତବର୍ତ୍ତୀ ଜଂଗଲରେ ନକ୍ସଲଙ୍କୁ ଘେରି ରହିଛନ୍ତି। ଛତିଶଗଡ଼ର ଡିଆରଜି, ଏସଟିଏଫ, ସିଆରପିଏଫ, କୋବ୍ରା, ବସ୍ତର ଫାଇଟର୍ସ ବାଟାଲିୟନର ଯବାନ ଏହି ଜଂଗଲରେ ପଶିଛନ୍ତି। ଏଠାରେ ଡିକେଏସଜେଡସି, ଟିଏସସି, ପିଏଲଜିଏ ବାଟାଲିୟନ ନମ୍ବର ୧ର ନକ୍ସଲମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ପ୍ରକାଶ।

ତେବେ ଜଂଗଲରେ ଯବାନଙ୍କ ସହ ପ୍ରଥମ ମୁକାବିଲାରେ ୫ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ମୃତାହତ ହୋଇଥିବା ଘଟଣାସ୍ଥଳର ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି ବୋଲି ପୁଲିସ କହିଛି। ଘଟଣାସ୍ଥଳରୁ ବହୁ ମାତ୍ରାରେ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କରାଯାଇଛି। ଏଥିସହ ଯବାନ ଜଂଗଲର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଲ୍ୟାଣ୍ଡମାଇନକୁ ଉଦ୍ଧାର କରାସାରିଲେଣି।

ଯବାନଙ୍କ ସହ ପ୍ରଥମ ମୁକାବିଲାରେ ୫ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ମୃତାହତ ହୋଇଥିବା ଘଟଣାସ୍ଥଳର ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି ବୋଲି ପୁଲିସ କହିଛି। ଘଟଣାସ୍ଥଳରୁ ବହୁ ମାତ୍ରାରେ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କରାଯାଇଛି।

ଜଂଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜାରି ରଖିଛନ୍ତି। ଦୁଇ ରାଜ୍ୟର ସୀମାନ୍ତବର୍ତ୍ତୀ ବାରଗେଟ୍ଟା ଅଂଚଳ ହେଉଛି ନକ୍ସଲ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ତେଣୁ ଏଠାରେ ବଡ ବଡ କେନ୍ଦ୍ରୀୟ କମିଟିର ନେତାମାନେ ମଧ୍ୟ ଲୁଚି ରହିଥିବା ଅନୁମାନ କରାଯାଉଛି। ତେଣୁ ଯବାନ ଜଂଗଲରେ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଗତ ୪୦ ଘଣ୍ଟା ହେଲା ଯବାନ ଜଂଗଲରେ ନକ୍ସଲଙ୍କୁ ଖୋଜୁଛନ୍ତି। ନକ୍ସଲଙ୍କର ଗତିବିଧିକୁ ଡ୍ରୋନ ଏବଂ ହେଲିକେପ୍ଟର ନଜର ରଖୁଥିବା କୁହାଯାଇଛି। 

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe