ଅସ୍ତ୍ର ପରିତ୍ୟାଗ କଲେ ୫ ନକ୍ସଲ, ପାଇଲେ ସରକାରୀ ସହାୟତା

ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳଯରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ବନ୍ଧୁକ ଓ ବୋମା ସହ ଏହି ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

5 naxals surender

5 naxals surender Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳଯରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ବନ୍ଧୁକ ଓ ବୋମା ସହ ଏହି ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଜନତାନା ସରକାର ଅଧ୍ୟକ୍ଷ ଲମଚୁ ବଡଦା(୨୫), ଡିକେଏମଏସ ଅଧ୍ୟକ୍ଷ ସୁକ୍କୁ ନୁରେଟି(୩୮), ମିଲିସିଆ ସଦସ୍ୟ କ୍ରିଷ୍ଣା ନୁରେଟି(୨୫), ଜନତାନା ସଦସ୍ୟ ଲାଲୁ ରାମ ମାଣ୍ଡବି(୩୬) ଏବଂ ମିଲିସିଆ କଟିଆରାମ ମାଣ୍ଡବି(୪୦)। ଏମାନଙ୍କ ମଧ୍ୟରୁ ଲମଚୁ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ସୁକ୍କୁ ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରହିଥିଲା।

ମୁଖ୍ୟସ୍ରୋତରେ ସାମିଲ ହେବା ପରେ ସରକାରଙ୍କର ନୂତନ ନିୟମ ଅନୁଯାୟୀ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆତ୍ମନିର୍ଭରଶୀଳ କରାଯିବ।

ଏମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ସରକାରଙ୍କର ନୂତନ ନିୟମ ଅନୁଯାୟୀ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ଘର ମଧ୍ୟ ପ୍ରଦାନ କରାଯିବା ସହ ୩ ବର୍ଷ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଂକା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ୧୨୦ ଦିନ ଭିତରେ ଏସବୁ କାମ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପ୍ରଦାନ କରାଯିବ।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe