ପୁରୀରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ; ୫ ଗିରଫ

ସମଙ୍ଗରାରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ମାମଲାରେ ପୁରୀ ପୁଲିସ ୫ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭଯୁକ୍ତମାନେ ହେଲେ ଜଟାଧାରୀ ପ୍ରଧାନ, ବଳିଆ ପ୍ରଧାନ, ଜଗା ପ୍ରଧାନ, ରତନି ପ୍ରଧାନଙ୍କ ସହ ଜଣେ ନାବାଳକ।

murder

ପୁରୀ: ସମଙ୍ଗରାରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ମାମଲାରେ ପୁରୀ ପୁଲିସ ୫ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭଯୁକ୍ତ ମାନେ ହେଲେ ଜଟାଧାରୀ ପ୍ରଧାନ, ବଳିଆ ପ୍ରଧାନ, ଜଗା ପ୍ରଧାନ, ରତନି ପ୍ରଧାନଙ୍କ ସହ ଜଣେ ନାବାଳକ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ଇଟାକୁ ମଧ୍ୟ ପୁଲିସ ଜବତ କରିଛି। ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଳ କୁମାର ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୁଧବାର ବାପା ଓ ପୁଅ ପ୍ରକାଶ ସ୍ବାଇଁ ଓ ରବି ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରିତିଲେ। ଗତ ୬ ମାସ ଧରି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ବିବାଦ ଲାଗିରହିଥିଲା।

-ସୁଶୀଳ କୁମାର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ପୁରୀ

ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୁଧବାର ବାପା ଓ ପୁଅ ପ୍ରକାଶ ସ୍ବାଇଁ ଓ ରବି ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରିତିଲେ। ଗତ ୬ ମାସ ଧରି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ବିବାଦ ଲାଗିରହିଥିଲା। ଗତକାଲି ରାତିରେ ରବି ଓ ପ୍ରକାଶ ଘରକୁ ଫେରୁଥିବାବେଳେ ଏହି ୫ ଜଣ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe