ଲକ୍ଷାଧିକ ଟଙ୍କାର ଦେଶୀ ମଦ ସହ ମହୁଲ ପୋଚ ଜବତ, ୫ ଗିରଫ

ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଛି।

Rairangpur

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଛି। ରାଇରଙ୍ଗପୁର ଅବକାରୀ ଥାନା ସହଉପନିରୀକ୍ଷକ ସୁଧାଂଶୁ କୁମାର ବେହେରାଙ୍କ ସଦଳେ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ନୂଆଗାଁ, ଲୁହାଶିଳା, ଆମଡାବେଡ଼ା ଓ ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରିଛନ୍ତି। ଚଢ଼ଉ ବେଳେ ୩୩୩ ଲିଟର ଦେଶୀ ରନ୍ଧା ମଦ ଓ ୭୫୦ ଲିଟର ମହୁଲ ପୋଚ ଜବତ କରିବା ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। 

ରାଇରଙ୍ଗପୁର ଅବକାରୀ ଥାନା ସହଉପନିରୀକ୍ଷକ ସୁଧାଂଶୁ କୁମାର ବେହେରାଙ୍କ ସଦଳେ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ନୂଆଗାଁ, ଲୁହାଶିଳା, ଆମଡାବେଡ଼ା ଓ ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରିଛନ୍ତି। ଚଢ଼ଉ ବେଳେ ୩୩୩ ଲିଟର ଦେଶୀ ରନ୍ଧା ମଦ ଓ ୭୫୦ ଲିଟର ମହୁଲ ପୋଚ ଜବତ ହୋଇଛି।

ଗିରଫ ଆସାମୀ ମାନେ ହେଲେ ପୋଖରିଆ ଗ୍ରାମର ଦକ୍ଷିଣ କିସ୍କୁ, ଲୁହାଶିଳା ଗ୍ରାମର ରାଣୀମଣି ଟୁଡୁ, ଆମଡାବେଡ଼ା ଗ୍ରାମର ଗୋବିନ୍ଦ ମୁର୍ମୁ, ନୂଆଗାଁ ଗ୍ରାମର ଝରି ମୁଣ୍ଡା ଓ ଗୋବରା ମୁଣ୍ଡା। ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ସଞ୍ଜୀବ ମହାପାତ୍ର, ସୁରେନ୍ଦ୍ର ସୋରେନ ପ୍ରଭୃତି ସାମିଲ ଥିଲେ। ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୫ ଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରାଯାଇଛି।

: Mayurbhanj | Wine

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe