ଓଏଏସ୍‌ ଅଧିକାରୀଙ୍କୁ ମାଡ଼ ମାମଲା: ଜାମିନରେ ଆସିଲେ ୫ ଅଭିଯୁକ୍ତ

Advertisment

ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତମାସ ୩୦ ତାରିଖ ଦିନ ଆକ୍ରମଣ ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କୁ କେର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି।

ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତମାସ ୩୦ ତାରିଖ ଦିନ ଆକ୍ରମଣ ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କୁ କେର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି।

court

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତମାସ ୩୦ ତାରିଖ ଦିନ ଆକ୍ରମଣ ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କ ନ୍ୟାୟାଳୟ କୋର୍ଟ ଦ୍ବାରା ଜାମିନରେ ଆସିଥିବା ବ୍ୟକ୍ତିମାନେ ହେଲେ ସଂଜୀବ ମିଶ୍ର, ସଚିକାନ୍ତ ସ୍ବାଇଁ, ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ। ପୂର୍ବରୁ ଜଗନ୍ନାଥ ପ୍ରଧାନ ଏହି ମାମଲାରେ ଜାମିନ ପାଇଁ ଝାରପଡ଼ା ଜେଲ୍‌ରୁ ବାହାରିଥିଲେ। 

ଶ୍ରୀ ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ସୋମବାର ଗ୍ରିଭାନ୍ସ ଥିବାରୁ କାର୍ଯ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍‌ଅଫ୍‌ କରୁଥିଲି। କମିସନର ନଥିବାରୁ ମୁଁ ଦାୟିତ୍ୱ ତୁଲାଉଥିଲି। କାମ ସରୁସରୁ କର୍ପୋରେଟର ଜୀବନ ବାବୁ ଆଉ ୫ଜଣ ଅଫିସ ଭିତରକୁ ପଶି ଆସିଲେ। ମୋତେ ଲାଗିଲା ସେମାନେ ଗ୍ରୀଭାନ୍ସ ଦେବେ। ହେଲେ ଜୀବନ ବାବୁ ରୋକଠୋକ୍‌ ପଚାରିଲେ। ତା’ ପରେ ମୋତେ ସମସ୍ତେ ଟାଣି ଟାଣି ଗାଡ଼ି ଭିତରକୁ ନେବାକୁ ବାହାରିଲେ। ମୋତେ ଅଫିସରୁ ଘୋଷାଡି ଘୋଷାଡି ମୁଥ ମାରି ଗ୍ରାଉଣ୍ଡ ଫ୍ଲୋର ଯାଏ ଆଣିଲେ। ଆଇନ୍‌ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଏଭଳି ମିଛ କଥା ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। 

ଶ୍ରୀ ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ସୋମବାର ଗ୍ରିଭାନ୍ସ ଥିବାରୁ କାର୍ଯ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍‌ଅଫ୍‌ କରୁଥିଲି।

ସୂଚନାଯୋଗ୍ୟ, ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ଗତ ଜୁନ ୩୦ ତାରିଖ ଦିନ ବିଏମସି କାର୍ଯ୍ୟାଳୟରେ ହିଁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ। ଭାଇରାଲ ଭିଡିଓରେ ଦେଖାଯାଇଥିଲା ଯେ, ଆକ୍ରମଣକାରୀମାନେ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଘୋଷାଡ଼ି ବାହାରକୁ ଆଣି ମାଡ଼ ମାରିଥିଲେ। ତାଙ୍କୁ ଲାତ ଓ ମୁଥ ମଧ୍ୟ ମରା ଯାଇଥିଲା। ଆକ୍ରମଣର ଶିକାର ହେଲା ପରେ ଶ୍ରୀ ରତ୍ନାକର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ ଆଣିଥିଲେ। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଂଜୀବ ମିଶ୍ର, ସଚିକାନ୍ତ ସ୍ବାଇଁ, ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe