ଆର୍‌ଏସ୍‌ପିରେ ଉତ୍ତପ୍ତ ତରଳଧାତୁ ଛିଟିକିଲା: ୫ ଗୁରୁତର, ଜଣେ ଆହତ

ରାଉରକେଲା ଇସ୍ପାତ କାରଖାନାରେ ଶନିବାର ପୁଣି ଏକ ଦୁର୍ଘଟଣା ଘଟିଛି। କାରଖାନାର ଷ୍ଟିଲ ମେଲଟିଂ ସପ୍‌-୧(ଏସ୍‌ଏମ୍‌ଏସ୍‌) ବିଭାଗର କନଭର୍ଟର ‘କ୍ୟୁ’ରେ ଏକ ବଡ଼ଧରଣର ବିସ୍ପୋରଣ ଘଟି ଜଣେ ଅଧିକାରୀ, ୪ ଜଣ ସ୍ଥାୟୀ କର୍ମଚାରୀ ଏବଂ ଜଣେ ଠିକା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

rsp
ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଶନିବାର ପୁଣି ଏକ ଦୁର୍ଘଟଣା ଘଟିଛି। କାରଖାନାର ଷ୍ଟିଲ ମେଲଟିଂ ସପ୍‌-୧(ଏସ୍‌ଏମ୍‌ଏସ୍‌) ବିଭାଗର କନଭର୍ଟର ‘କ୍ୟୁ’ରେ ଏକ ବଡ଼ଧରଣର ବିସ୍ପୋରଣ ଘଟି ଜଣେ ଅଧିକାରୀ, ୪ ଜଣ ସ୍ଥାୟୀ କର୍ମଚାରୀ ଏବଂ ଜଣେ ଠିକା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସାପରେ ଜଣେ କର୍ମଚାରୀ ସୁସ୍ଥ ହୋଇଥିବାବେଳେ ଅନ୍ୟ ୫ ଜଣ ଇସ୍ପାତ ଜେନେରାଲ ହସପିଟାଲର ବର୍ଣ୍ଣସେଣ୍ଟର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।
ଶନିବାର ସକାଳ ପ୍ରାୟ ୮.୪୫ ମିନିଟ୍‌। ଏସ୍‌ଏମ୍‌ଏସ୍‌-୧ର କନଭର୍ଟରରେ ଉତ୍ତପ୍ତ ଧାତୁ ବ୍ଲୋ’ ସରିବା ପରେ ଲ୍ୟାଡେଲ୍‌ରେ ଢଳାଯାଉଥିଲା। କନଭର୍ଟର୍‌ର ହୁଡ୍‌ରେ ଜାମ୍‌ ଲାଗିରହିଥିବାରୁ ଲ୍ୟାଡେଲ୍‌ରେ ଉତ୍ତପ୍ତ ତରଳ ଧାତୁ (ହଟ୍ ମେଟାଲ୍) ଢାଳିବାରେ ସମସ୍ୟା ଉପୁଜିଥିଲା। ଏଣୁ ଜାମ୍‌କୁ ଖୋଲା ଯାଉଥିବାବେଳେ ତାହା କନଭର୍ଟର୍‌ରେ ପଡ଼ିଯାଇଥିଲା। ଫଳରେ କନଭର୍ଟର୍‌ରେ ଉତ୍ତପ୍ତ ଧାତୁ, ସ୍ଲାଗ ଓ ପାଣି ମିଶିଯିବା ଫଳରେ ତାହା ଛିଟିକି ପଡ଼ିଥିଲା। ଯାହାଦ୍ବାରା ପାଖରେ ଥିବା ଅଧିକାରୀ ହେମନ୍ତ କୁମାର ମେହେର, କର୍ମଚାରୀ ଗୋଲକ ବିହାରୀ କାଲୋ, ଭାଗବତ ମୁର୍ମୁ, ପ୍ରଦୀପ ଏକ୍କା, କରୁଣାକର ବାରିକ ଏବଂ ଠିକା ଶ୍ରମିକ ଝୁନୁ ନନ୍ଦ ଗୁରୁତର ଆହତ ହୋଇଥିଲେ। କାରଖାନାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ‌ସାମାନ୍ୟ ଆହତ ହୋଇଥିବା ଶ୍ରୀ ବାରିକଙ୍କୁ ପ୍ରାଥମିକ ଚିକିତ୍ସାପରେ ଛାଡ଼ି ଦିଆଯାଇଥିଲା।

ଅନ୍ୟ ୫ ଆହତଙ୍କୁ ଆଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ଆର୍‌ଏସ୍‌ପି ପକ୍ଷରୁ ଏକ ପ୍ରେସ୍‌ବିବୃତିରେ କହାଯାଇଛି ଯେ ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ସମେତ ୫ ଜଣ ଆହତ ହୋଇ ଆଇଜିଏଚ୍‌ରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଘଟଣାର ଅନୁସନ୍ଧାନ କରିବାକୁ ମୁଖ୍ୟ ମହାପ୍ରବନ୍ଧକଙ୍କ ନେତୃତ୍ବରେ ଏକ ଦଳ ଗଠନ କରାଯାଇଥିବା କହାଯାଇଛି। ଏହା ପୂର୍ବରୁ ଗତ ଜୁଲାଇ ୧ ତାରିଖରେ ମଧ୍ୟ ଆର୍‌ଏସ୍‌ପିରେ ଏକ ଦୁର୍ଘଟଣା ଘଟିଥିଲା। ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୮ ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe