ଚୋରି ଘଟଣାରେ ୫ ଅଭିଯୁକ୍ତକୁ ୩ ବର୍ଷ ଜେଲଦଣ୍ଡାଦେଶ

ଏକ ଚୋରି ମାମଲାର ଶୁଣାଣି କରି ୫ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ନିର୍ଦେଶ ଦେଇଛନ୍ତି ରାୟଗଡ଼ା ଏସଡିଜେଏମ ବର୍ଷା ଦାସ। ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଆଶ୍ରଫୁଲ ଶେଖ, ମହମ୍ମଦ ରୋଜି ଶେଖ, ମହମ୍ମଦ ଆଲମିନ, ଶେଖ ବାବୁ ଓ ସମୀର ଶେଷ।

court

ରାୟଗଡ଼ା: ଏକ ଚୋରି ମାମଲାର ଶୁଣାଣି କରି ୫ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ନିର୍ଦେଶ ଦେଇଛନ୍ତି ରାୟଗଡ଼ା ଏସଡିଜେଏମ ବର୍ଷା ଦାସ। ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଆଶ୍ରଫୁଲ ଶେଖ, ମହମ୍ମଦ ରୋଜି ଶେଖ, ମହମ୍ମଦ ଆଲମିନ, ଶେଖ ବାବୁ ଓ ସମୀର ଶେଷ।

ମାମଲାରୁ ଜଣାଯାଏ ଯେ, ରାୟଗଡ଼ା ଗୌତମନଗର ନିବାସୀ ସୁଧୀର କୁମାର ପାଢ଼ୀଙ୍କ ଭାଇ ବୃନ୍ଦାବନ ଯାଇଥିଲେ। ଗତ ଜୁନ୍ ୨ ତାରିଖରେ ତାଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଚେନ, ସୁନା ମୁଦି, ରୁପା ପ୍ଲେଟ ସହ ନଗଦ ୧୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏ ନେଇ ରାୟଗଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ।

ରାୟଗଡ଼ା ଗୌତମନଗର ନିବାସୀ ସୁଧୀର କୁମାର ପାଢ଼ୀଙ୍କ ଭାଇ ବୃନ୍ଦାବନ ଯାଇଥିଲେ। ଗତ ଜୁନ୍ ୨ ତାରିଖରେ ତାଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଚେନ, ସୁନା ମୁଦି, ରୁପା ପ୍ଲେଟ ସହ ନଗଦ ୧୦ ହଜାର ଟଙ୍କା ଚୋରି କରି ନେଇଥିଲେ।

ଏହି ମାମଲାରେ ଅଭିଯୁକ୍ତ ଆଶ୍ରଫୁଲ ଶେଖ, ମହମ୍ମଦ ରୋଜି ଶେଖ, ମହମ୍ମଦ ଆଲମିନ, ଶେଖ ବାବୁ ଓ ସମୀର ଶେଷଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ଜିନିଷ ଜବତ କରିଥିଲା ପୁଲିସ। ଏହି ମାମଲାରେ ବିଚାରପତି ୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୫ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।

ଜରିମାନା ଅନାଦେୟରେ ଆଉ ୬ ମାସ ଜେଲ ଦଣ୍ଡାଦେଶ ନିର୍ଦେଶ ଦେଇଛନ୍ତି ରାୟଗଡ଼ା ଏସଡିଜେଏମ। ସମସ୍ତ ଅଭିଯୁକ୍ତ ବିହାର ରାଜ୍ୟର ଏବଂ ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଏହି ମାମଲାରୁ ପରିଚାଳନା କରୁଥିଲେ ସରକାରୀ ଓକିଲ ସଚିଦାନନ୍ଦ ଖାଡଙ୍ଗା।

court

ରିପୋର୍ଟ: ଶିବ ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe