ଗୋରୁ ବୋଝେଇ ୫ଟି ପିକଅପ୍ ଜବତ, ୩ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ମଙ୍ଗଳବାର ରାତି ୩ଟା ସମୟରେ ୨୦ ଗୋରୁ, ୧୯ମଇଁଷି ସହିତ ୫ଟି ପିକଅପ୍ ଜବତ ଓ ୩ ଜଣଙ୍କୁ ଗିରଫ କରିଛି ଠାକୁରମୁଣ୍ଡା ପୁଲିସ୍।

Thakurmunda

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ମଙ୍ଗଳବାର ରାତି ୩ଟା ସମୟରେ ୨୦ ଗୋରୁ, ୧୯ମଇଁଷି ସହିତ ୫ଟି ପିକଅପ୍ ଜବତ ଓ ୩ ଜଣଙ୍କୁ ଗିରଫ କରିଛି ଠାକୁରମୁଣ୍ଡା ପୁଲିସ୍। ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ, ଏସ୍‌ଆଇ ଅନିତା ସ୍ବାଇଁ ମହୁଲଡିହା ଥାନା ଏଏସ ଆଇ ସଞ୍ଜୟ କୁମାର ନାଏକ ଏବଂ ଦୁଇ ଥାନାର ପୁଲିସ୍ କର୍ମଚାରୀ କେନ୍ଦୁଜିଆଣି ଶିଶୁ ମନ୍ଦିର ନିକଟରୁ ୫ଟି ପିକ୍‌ଅପ୍‌କୁ ଜଵତ କରି ଠାକୁରମୁଣ୍ଡା ଥାନାକୁ ଆଣିଛନ୍ତି।

ଗାଡ଼ି ଗୁଡ଼ିକର ନମ୍ବର ଓଡି ୩୪ ଏନ୍ ୫୧୫୯, ଓଡି ୨୯ଜି ୯୦୯୫, ଓଡି ୦୪ ଜେ ୧୯୪୭, ଓଡି ୦୨ ସିସି ୧୯୪୬, ଓଡି ୦୫ବି ଆର ୭୦୫୧। ପିକ୍‌ଅପ୍‌ରେ  ୮ଟି ଗାଈ ଏଵଂ ୧୨ ଟି ବଳଦ ଏବଂ ୧୯ଟି ମଈଷି ଚୋରା ଚାଲାଣ ହେଉଥିଲା। ଠାକୁରମୁଣ୍ଡା ଥାନା କେଶ ନଂ ୧୦୧,୧୦୨,୧୦୩,୧୦୪,୧୦୫/୨୦୨୫  ଦଫା ୩୦୩(୨) ବିଏନଏସ୍‌ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ।

ଜବତ ହୋଇଥିବା ୧୯ ମଇଁଷି ୮ ଗାଈ ଏବଂ ୧୨ ବଳଦକୁ କେନ୍ଦୁଝର ଜିଲ୍ଲା ରାଜନଗର ସ୍ଥିତ ‘ନନ୍ଦିନୀ’ ଗୋଶାଳାକୁ ପଠାଇ ଦିଆଯାଇଛି। ଅଟକ ଡ୍ରାଇଭର ମାନଙ୍କର ନାମ ସୁଶାନ୍ତ ବରାଳ( ୪୨) ବାବାଜୀ ସାହୁ ( ୩୨) ଓ ପ୍ରେମାନନ୍ଦ ସ୍ବାଇଁ ( ୪୫) ବୋଲି ଥାନା ଅଧିକାରୀଣୀ  ସୂଚନା ଦେଇଛନ୍ତି। ଦୁଇଟି ପିକ୍‌ଅପ୍ ଗାଡ଼ିର ଡ଼୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। 

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe