ଅଟୋ ରିକ୍ସା ଦୁର୍ଘଟଣାରେ ୫ଛାତ୍ର ଗୁରୁତର

ରାୟଗଡ଼ା ଜିଲ୍ଲା ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟୟନରତ ୭ଜଣ ଛାତ୍ର ଅଟୋ ଯୋଗେ ପରିବହନ ହୋଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ୫ ଜଣ ଛାତ୍ର ଗୁରୁତର ହୋଇ ପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Gunpur

ଗୁଣପୁର: ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟୟନରତ ୭ଜଣ ଛାତ୍ର ଅଟୋ ଯୋଗେ ପରିବହନ ହୋଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ୫ ଜଣ ଛାତ୍ର ଗୁରୁତର ହୋଇ ପଡ଼ିଛନ୍ତି। ଆହତ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। 

ଖବର ନେବାରୁ ଜଣାପଡିଛି ଯେ କୁଜେନ୍ଦ୍ରୀ ଗ୍ରାମର କିଛି ଛାତ୍ର ପ୍ରତିଦିନ ଅଟୋ ଯୋଗେ ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବାକୁ ଆସୁଛନ୍ତି। ଆଜି ସ୍କୁଲ ଛୁଟି ହେବା ପରେ ସାଢ଼େ ୩ଟା ବେଳେ ଅଟୋ ଯୋଗେ ନିଜ ଗ୍ରାମ କୁଯେଦ୍ରୀ ଅଭିମୁଖେ ଯାଉଥିବା ବେଳେ ବିକ୍ରମପୁର ଛକ ନିକଟରେ ଅଟୋ ଦୁର୍ଘଟଣା ଘଟିଥିଲା। ଯଦ୍ୱାରା ଅଟୋ ବସିଥିବା ୫ଜଣ ଛାତ୍ରଙ୍କୁ ଗଭୀର ଆଘାତ ଲାଗି କ୍ଷତାକ୍ତ ହୋଇ ପଡ଼ିଥିଲେ। ଆହତ ଛାତ୍ର ହେଲେ ଚତୁର୍ଥ ଶ୍ରେଣୀର ଛାତ୍ର ପି ସିଦ୍ଧାର୍ଥ, କେ ଚେତନ, ସପ୍ତମ ଶ୍ରେଣୀ ଛାତ୍ର କେ ବାଲାଦିତ୍ୟ, ସିଏଚ ସାତ୍ଵିକ, ୫ ମ ଶ୍ରେଣୀ ଛାତ୍ର ସିଦ୍ଧାର୍ଥ ସାହୁ ବୋଲି ଜଣାପଡିଛି। 

ସିଦ୍ଧାର୍ଥ ସାହୁଙ୍କ ହାତ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର ଲରାଯାଇଛି। ସେହିଭଳି ପି ସିଦ୍ଧାର୍ଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏଠାରେ ପ୍ରାଥମିକ ଚିକିତ୍ସା କରାଯାଇ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମକୁ ସ୍ଥାନାନ୍ତର କରାଯାଇଛି।

ତେବେ ଛାତ୍ରମାନଙ୍କ କହିବାନୁଯାୟୀ ଅଟୋ ଚାଳକ  ଜଣକ ଦ୍ରୁତବେଗରେ ଏବଂ ବେପରୁଆ ଭାବେ  ଗାଡ଼ି ଚାଳନା କରିବାରୁ ଏକ ବୁଲାଣି ରାସ୍ତା ମଝିରେ ଦୁର୍ଘଟଣା ଘଟିଥିଲା। ଅଟୋ ଚାଳକ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟଯେ ଅଧିକାଂଶ ଅଟୋ ଗୁଡିକ ଫିଟନେସ ନଥିବା ବେଳେ ଗାଡି ଚାଳକ ମାନଙ୍କ ଲାଇସେନ୍ସ ବି ନଥାଇ ମନ ଇଛା ଗାଡ଼ି ଚାଳନା କରୁଥିବା ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଏଦିଗରେ ପୁଲିସ ଏବଂ ପରିବହନ ବିଭାଗ ପକ୍ଷରୁ କଡ଼ାକଡ଼ି  ଭାବେ ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି।

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe