ଜନ୍ମରୁ ଦିବ୍ୟାଙ୍ଗ ପାଞ୍ଚ ବର୍ଷର ଶିଶୁକନ୍ୟା: ମଳତ୍ୟାଗ ବେଳେ ପାଉଛି କଷ୍ଟ

Advertisment

ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଅମଳୀଝରୀ ଗ୍ରାମର ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟା ଜନ୍ମରୁ ଦିବ୍ୟାଙ୍ଗ ରହିଥିବା ବେଳେ ମଳତ୍ୟାଗ ସନୟରେ ସମସ୍ୟା ହେଉଛି। ପରିବାର ଲୋକେ ସଚେତନତା ଅଭାବ ସହ ଆର୍ଥିକ ଅଭାବ ଯୋଗୁଁ ଶିଶୁକନ୍ୟାର ଚିକିତ୍ସା କରିପାରୁ ନଥିବା ଅଭିଯୋଗ କରିଛନ୍ତି।

ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଅମଳୀଝରୀ ଗ୍ରାମର ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟା ଜନ୍ମରୁ ଦିବ୍ୟାଙ୍ଗ ରହିଥିବା ବେଳେ ମଳତ୍ୟାଗ ସନୟରେ ସମସ୍ୟା ହେଉଛି। ପରିବାର ଲୋକେ ସଚେତନତା ଅଭାବ ସହ ଆର୍ଥିକ ଅଭାବ ଯୋଗୁଁ ଶିଶୁକନ୍ୟାର ଚିକିତ୍ସା କରିପାରୁ ନଥିବା ଅଭିଯୋଗ କରିଛନ୍ତି।

5bd56cfd-6d1c-4d99-bb2f-b1ea70d26ceb

-ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ କରୁଛନ୍ତି ବାପା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଅମଳୀଝରୀ ଗ୍ରାମର ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟା ଜନ୍ମରୁ ଦିବ୍ୟାଙ୍ଗ ରହିଥିବା ବେଳେ ମଳତ୍ୟାଗ ସନୟରେ ସମସ୍ୟା ହେଉଛି। ପରିବାର ଲୋକେ ସଚେତନତା ଅଭାବ ସହ ଆର୍ଥିକ ଅଭାବ ଯୋଗୁଁ ଶିଶୁକନ୍ୟାର ଚିକିତ୍ସା କରିପାରୁ ନଥିବା ଅଭିଯୋଗ କରିଛନ୍ତି।

ସୂଚନା ପ୍ରକାରେ ଅମଳୀଝରୀ ଗ୍ରାମର ଧନସାୟ ମାଝୀଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ଅର୍ଚିତା ମାଝୀ ଜନ୍ମରୁ ଆଖି ଦୁଇଟି ଦେଖା ଯାଉନାହିଁ। ସେହିପରି ପାଞ୍ଚ ବର୍ଷ ହେବା ପରେ ମଧ୍ୟ ଚଳାବୁଲା କରି ପାରୁନାହିଁ। ଏପରିକି ସହଜରେ ମଳତ୍ୟାଗ ପାଇଁ ଜନ୍ମରୁ ଔଷଧ ସେବନ କରିବା ପାଇଁ ପଡୁଛି। ପରିବାର ଲୋକ ପ୍ରଥମେ ଅର୍ଚ୍ଚିତାଙ୍କ ବିଭିନ୍ନ ସମସ୍ୟାର ଚିକିତ୍ସା ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପ୍ରଶାସନ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ଚକ୍ଷୁ ଚିକିତ୍ସାଳୟ ନେଇ ଚିକିତ୍ସା କରାଇଥିଲେ। ସେଠାରେ କିଛି ଦିନ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେବେ ଅର୍ଚ୍ଚିତାର କୌଣସି ଉନ୍ନତି ହୋଇ ନାହିଁ। ବର୍ତ୍ତମାନ ଅର୍ଚ୍ଚିତା ସାଙ୍ଗସାଥିମାନଙ୍କ ସହ ପାଠ ପଢିବା ଓ ଖେଳକୁଦ କରିବା ସମୟରେ ଘରେ ପଡ଼ି ରହୁଛି। ସେହିପରି ଅର୍ଚ୍ଚିତା ଜନ୍ମ ହେବା ପର ଠାରୁ ନିଜ ଅଜା ଆଇ ଘରେ ରହୁଥିବା ପରିବାର ଲୋକ କହିଛନ୍ତି। ପ୍ରଶାସନ ପକ୍ଷରୁ ବିକଳାଙ୍ଗ ଅର୍ଚ୍ଚିତାଙ୍କୁ ସରକାରୀ ସହାୟତା ସହ ମାଗଣା ଚିକିତ୍ସା କରିବା ପାଇଁ ପରିବାର ଲୋକ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe