ଭୁବନେଶ୍ବର ବିମାନବନ୍ଦରରେ ଏହି ସମୟରେ ବନ୍ଦ ରହିବ ବିମାନ ସେବା

ସାମୁଦ୍ରିକ ଝଡ଼ ‘ଦାନା’ ପରିବହନ ବ୍ୟବସ୍ଥା ଉ‌ପରେ ବଡ଼ଧରଣର ପ୍ରଭାବ ପକାଇଛି। ବାତ୍ୟା ପାଇଁ ଭାରତୀୟ ରେଳବାଇ ଆଜି ଠାରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୦୦ ଟ୍ରେନ୍‌ ଚଳାଚଳ ବନ୍ଦ ରଖିଛି। ଟ୍ରେନ୍‌ ସେବା ପରେ ଏବେ ବିମାନ ସେବା ପ୍ରଭାବିତ ହେଉଛି।

bpia

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଦାନା’ ପରିବହନ ବ୍ୟବସ୍ଥା ଉ‌ପରେ ବଡ଼ଧରଣର ପ୍ରଭାବ ପକାଇଛି। ବାତ୍ୟା ପାଇଁ ଭାରତୀୟ ରେଳବାଇ ଆଜି ଠାରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୦୦ ଟ୍ରେନ୍‌ ଚଳାଚଳ ବନ୍ଦ ରଖିଛି। ଟ୍ରେନ୍‌ ସେବା ପରେ ଏବେ ବିମାନ ସେବା ପ୍ରଭାବିତ ହେଉଛି।

ବତ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଆସନ୍ତାକାଲି ସନ୍ଧ୍ୟା ୫ଟା ୨୫ଟାରୁ ଅକ୍ଟୋବର ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଭୁବନେଶ୍ବରରୁ କୌଣସି ବିମାନ ଉଡ଼ିବ ନାହିଁ। ସେହିପରି ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ କୌଣସି ବିମାନ ଆସିବ ନାହିଁ। ଏହି ନିର୍ଦ୍ଦେଶନାମା ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ  ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।  

ବାତ୍ୟା ତିତ୍‌ଲି: ଟ୍ରେନ୍‌ ପରେ ଭୁବନେଶ୍ୱରରୁ ବିମାନ ସେବା ବାତିଲ

ଆସନ୍ତାକାଲି ସନ୍ଧ୍ୟା ୫ଟା ୨୫ଟାରୁ ଅକ୍ଟୋବର ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଭୁବନେଶ୍ବରରୁ କୌଣସି ବିମାନ ଉଡ଼ିବ ନାହିଁ। ସେହିପରି ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ କୌଣସି ବିମାନ ଆସିବ ନାହିଁ।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ବାତ୍ୟା ‘ଦାନା’ ଧୀରେଧୀରେ ଉଗ୍ରରୂପ ଧାରଣ କରୁଛି। ପାରାଦୀପଠାରୁ ଏହା ୪୫୦ କିମି ଦୂରରେ ରହିଛି ଏବଂ ଘଣ୍ଟା ପିଛା ୧୨କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଗୁରୁବାର ସନ୍ଧ୍ୟା ପରଠାରୁ ଏବଂ ଶୁକ୍ରବାର ସକାଳ ପୂର୍ବରୁ ବାତ୍ୟା ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ର‌ାପଡ଼ା ଜିଲ୍ଲା ଭିତରକନିକା ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିପାରେ। ତେଣୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe