Flight service in Rourkela Photograph: (sambad.in)
ରାଉରକେଲା: ଘରୋଇ ବିମାନ କଂପାନି ‘ଆଲିଆନ୍ସ ଏୟାର୍’ର ମନମାନି କମିବାର ନାଁ ନେଉନି। ନିୟମିତ ବ୍ୟବଧାନରେ ବିମାନସେବାକୁ ଅଘୋଷିତ ବାତିଲ କରାଯାଉଛି। କେତେବେଳେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ବନ୍ଦ ହେଉଛି ତ ପୁଣି କେତେବେଳେ ଖରାପ ପାଣିପାଗ ଯୋଗୁଁ ସେବାକୁ ବାତିଲ କରାଯାଉଛି। ୨୦୨୩ ଜାନୁଆରି ୭ ତାରିଖରେ ବିମାନସେବା ଆରମ୍ଭ ହେବା ଦିନଠାରୁ ଏହି ଅବ୍ୟବସ୍ଥା ଲାଗିରହିଛି। ଶନିବାର ମଧ୍ୟ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି।
ବିମାନସେବା ବାତିଲ ହେବାରୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ୬୨ ଜଣ ଯାତ୍ରୀ ରାଉରକେଲା ଆସିପାରିନାହାନ୍ତି। ସେହିଭଳି ରାଉରକେଲାରୁ ଭୁବନେଶ୍ବରକୁ ଯିବାକୁ ଟିକଟ୍ ସଂରକ୍ଷିତ କରିଥିବା ୬୮ ଜଣଯାତ୍ରୀଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ବିମାନ ରାଉରକେଲାରେ ଓହ୍ଲାଇ ଭୁବନେଶ୍ବରକୁ ଫେରିବା ବେଳକୁ ସନ୍ଧ୍ୟା ହେବାର ଆଶଙ୍କାଥିବାରୁ ବିମାନ ଅବତରଣ ଓ ଉଡ଼ାଣରେ ସମସ୍ୟା ଦେଖାଦେବା କାରଣ ଦର୍ଶାଇ ବାତିଲ କରାଯାଇଛି।
ସଂପ୍ରତି ସପ୍ତାହକୁ ୨ଦିନ ରାଉରକେଲା-କୋଲକାତା ଓ ୪ ଦିନ ରାଉରକେଲା-ଭୁବନେଶ୍ବର ବିମାନ ଚଳାଚଳ କରୁଛି। ତେବେ ବୁଧବାର ବିମାନସେବା ସଂପୂର୍ଣ୍ଣ ବନ୍ଦ ରହୁଛି। ପ୍ରତ୍ୟେକ ସୋମବାର, ଶୁକ୍ରବାର ଓ ରବିବାର ବିମାନ କୋଲକାତାରୁ ବାହାରି ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର-ଝାରସୁଗୁଡ଼ା-ଭୁବନେଶ୍ବର ଦେଇ କୋଲକାତାକୁ ଯାଉଛି।
ସଂପ୍ରତି ସପ୍ତାହକୁ ୨ଦିନ ରାଉରକେଲା-କୋଲକାତା ଓ ୪ ଦିନ ରାଉରକେଲା-ଭୁବନେଶ୍ବର ବିମାନ ଚଳାଚଳ କରୁଛି। ତେବେ ବୁଧବାର ବିମାନସେବା ସଂପୂର୍ଣ୍ଣ ବନ୍ଦ ରହୁଛି। ପ୍ରତ୍ୟେକ ସୋମବାର, ଶୁକ୍ରବାର ଓ ରବିବାର ବିମାନ କୋଲକାତାରୁ ବାହାରି ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର-ଝାରସୁଗୁଡ଼ା-ଭୁବନେଶ୍ବର ଦେଇ କୋଲକାତାକୁ ଯାଉଛି। ଏହି ତିନିଦିନ ବିମାନ ରାଉରକେଲାରେ ମଧ୍ୟାହ୍ନ ୨.୨୦ରେ ପହଞ୍ଚୁଥିବାବେଳେ ୨.୪୫ ମିନିଟରେ ଭୁବନେଶ୍ବର ଅଭିମୁଖେ ବାହାରୁଛି। ସେହିଭଳି ମଙ୍ଗଳବାର ଓ ଗୁରୁବାର ଦିନ ବିମାନ କୋଲକାତାରୁ ବାହାରି ରାଉରକେଲା-ଭୁବନେଶ୍ବର-ରାଉରକେଲା ଦେଇ କୋଲକାତାକୁ ଯାଉଛି।
ଏହି ଦିନଗୁଡ଼ିକରେ ବିମାନ କୋଲକାତାରୁ ଦିନ ୧ଟାରେ ରାଉରକେଲାରେ ପହଞ୍ଚୁଥିବାବେଳେ ଦେଢ଼ଟାରେ ଭୁବନେଶ୍ବରକୁ ଯାଉଛି। ସେହିଭଳି ବିମାନ ଭୁବନେଶ୍ବରରୁ ବାହାରି ଏଠାରେ ଅପରାହ୍ନ ୩.୪୫ରେ ପହଞ୍ଚି ୪.୧୦ରେ କୋଲକାତା ଅଭିମୁଖେ ବାହାରୁଛି। ତେବେ ଶନିବାର ଦିନ ବିମାନ କୋଲକାତା-ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର-ଝାରସୁଗୁଡ଼ା-ଭୁବନେଶ୍ବର-କୋଲକାତା ଦେଇ ସେବା ଯୋଗାଇଥାଏ। ଉକ୍ତ ଦିନ ବିମାନ ଭୁବନେଶ୍ବରରରେ ବାହାରି ଏଟାରେ ସନ୍ଧ୍ୟା ୫.୨୦ରେ ପହଞ୍ଚି କୋଡ଼ିଏ ମିନିଟ୍ର ରହଣିପରେ ଭୁବନେଶ୍ବରକୁ ଫେରିଥାଏ।
Rourkela
Follow Us