‘ନଦୀରୁ ଜଳପତ୍ତନ କମୁଛି, ରିଲିଫ କେନ୍ଦ୍ରରୁ ଲୋକେ ଫେରୁଛନ୍ତି: ମନ୍ତ୍ରୀ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ନଦୀଗୁଡ଼ିକରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ଭିସି ଚ୍ୟାମ୍ବରରେ ରାଜ୍ୟରେ ବନ୍ୟାସ୍ଥିତି ନେଇ ସମୀକ୍ଷା ବୈଠକରେ କହିଛନ୍ତି, ରାଜ୍ୟର ବିଭିନ୍ନ ନଦୀରସ୍ଥିତି ଉପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପଚାରି ବୁଝିଛିl

New Project (22)

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ନଦୀଗୁଡ଼ିକରେ ବନ୍ୟାସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ଭିସି ଚ୍ୟାମ୍ବରରେ ରାଜ୍ୟରେ ବନ୍ୟାସ୍ଥିତି ନେଇ ସମୀକ୍ଷା ବୈଠକରେ କହିଛନ୍ତି, ରାଜ୍ୟର ବିଭିନ୍ନ ନଦୀରସ୍ଥିତି ଉପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପଚାରି ବୁଝିଛିl ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୂରଭଂଜ ଓ କେଉଁଝର ଦୁଇଟି ଜିଲ୍ଲା ରେଡ ଆଲର୍ଟରେ ଥିଲା। ହେଲେ ତାହା ବର୍ତ୍ତମାନ ବିପଦ ମୁକ୍ତ ରହିଛିl ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାର ଜଳପତ୍ତନ କମିବା ଆରମ୍ଭ ହେଲାଣି। ରିଲିଫ କେନ୍ଦ୍ରରୁ ଲୋକେ ଫେରିବା ଆରମ୍ଭ କଲେଣି l ଏଥର ଏହି ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ଆକଳନ ହେବ ଓ ଇନ୍ ପୁଟ ସବସିଡି ପ୍ରଦାନ କରାଯିବ।

ବୈତରଣୀ ନଦୀର ଜଳପତ୍ତନ ମଧ୍ୟ କମିବାରେ ଲାଗିଛିl ଭଦ୍ରକଯାଜପୁର ଜିଲ୍ଲାରେ ମଧ୍ୟ ଲୋକେ ରିଲିଫ କେନ୍ଦ୍ରରୁ ଘରକୁ ଫେରିଲେଣି। ଏହା ସହିତ ସବୁ ଜିଲ୍ଲାରେ ରିଲିଫ କେନ୍ଦ୍ରଗୁଡ଼ିକରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ଜାରି ରହିବ ବୋଲି କହିଛନ୍ତିl ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଛିl

-ସ‌ୁରେଶ ପୂଜାରୀ, ରାଜସ୍ବ ମନ୍ତ୍ରୀ

ଶ୍ରୀ ପୂଜାରୀ କହିଛନ୍ତି, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଉପରେ ନଜର ରହିଛି ଏହାସହ ବାଲେଶ୍ଵର ଜିଲ୍ଲାରେ ବିପଦ ସଂକେତ ଏକ ମିଟର ଉପରେ ପାଣି ପ୍ରବାହିତ ହେବ ଆସନ୍ତାକାଲି ଏହି ପାଣି କମିବ ବୋଲି ବାଲେଶ୍ଵର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି ଯେ ସୂର୍ଯ୍ୟସ୍ଥ ପୂର୍ବରୁ ବନ୍ୟା ପ୍ରଭାବିତ ଆଶଙ୍କା ଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବl ମହିଳା ଓ ପୁରୁଷଙ୍କୁ ରହିବା ପାଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ଆବଶ୍ୟକ ସାପ କାମୁଡ଼ା ଔଷଧ ଓ ପିଇବା ପାଣି ମେଡିସିନ ଓ ମେଡ଼ିକାଲ ଷ୍ଟାଫ ନିୟୋଜିତ ଅଛନ୍ତି l ସାପ କାମୁଡ଼ାର ଏକ ଘଣ୍ଟା ଭିତରେ ଯେମିତି ଔଷଧ ଯୋଗାଇ ହେବ, ଔଷଧ ମହଜୁତ ଅଛି। ସେହିପରି କାଉଡ଼ିଆମାନେ କିଭଳି ସ୍ୱଚ୍ଛ ପାଣି ପାଇ ପାରିବେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  

Suresh Pujari

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe