ଆଠଗଡ଼: କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ। ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ। ହୀରାକୁଦରୁ ଆସୁଛି ଏହି ବନ୍ୟାଜଳ। ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
ହୀରାକୁଦରୁ ଦ୍ୱିତୀୟ ବନ୍ୟାଜଳ ଆସିବା ପରେ ଏବେ ଧୀରେ ଧୀରେ ଫୁଲିବାରେ ଲାଗିଛି ମହାନଦୀ। ଗତକାଲି ସନ୍ଧ୍ୟାରୁ ଘଣ୍ଟାକୁ ପାଖାପାଖି ପନ୍ଦର ହଜାରରୁ ଅଧିକ କ୍ୟୁସେସ ବନ୍ୟାଜଳ ବଢ଼ିବାରେ ଲାଗିଛି ଆଠଗଡ଼ ମୁଣ୍ଡଳୀ ନିକଟରେ। ଏବେ ସୁଦ୍ଧା ୪ ଲକ୍ଷ ୩୬ ହଜାର ୮୦୩ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସରକାରୀ ତଥ୍ୟରୁ ଜଣାପଡିଛି। ଏହା ସନ୍ଧ୍ୟା ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ କ୍ୟୁସେକ ହେବା ନେଇ ମୁଣ୍ଡଳୀ ଉପଖଣ୍ଡ ଜଳସେଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
Follow Us