ଚିଲିକାରେ ପୁଣି ଫସିଲା ଭସାପୋଲ; ଯାତ୍ରୀ ଭୟଭୀତ, ସମସ୍ତେ ସୁରକ୍ଷିତ

ବୃହତ୍‌ ଚିଲିକାର ଜଳରାଶିରେ ଅନେକ ଗୁଡ଼ିଏ ସ୍ଥଳଭାଗ ରହିଛି, ଯେଉଁଠି ଜନବସତି ମଧ୍ୟ ଦେଖିବାକୁ ମିଳିଥାଏ। ଏଠାରେ ରହୁଥିବା ଲୋକମାନେ ଦୈନିକ ସ୍ଥଳଭାଗରେ ଥିବା ଗାଁ ଓ ସହରକୁ ଆସନ୍ତି। ଜଳପଥରେ ଏମାନେ ଯାତାୟତ କରୁଥିବାରୁ ଅନେକ ସମୟରେ ହଇରାଣ ହୋଇଥାନ୍ତି।

Chilika

ବ୍ରହ୍ମଗିରି: ଚିଲିକା ହ୍ରଦରେ ପୁଣି ଅଘଟଣ ଘଟିଛି। ମଝି ଚିଲିକାରେ ଯାତ୍ରୀବାହୀ ଭସାପୋଲ ଅଟକିଯାଇଛି। ପୁରୀ ଜିଲ୍ଲା ସାତପଡ଼ା ନିକଟ ଚିଲିକାରେ ଯାତ୍ରୀବାହୀ ଭସାପୋଲ ଅଟକିଛି। ଫ‌ଳରେ ଯାତ୍ରୀମାନେ ଭୟଭୀତ ହୋଇଛନ୍ତି। କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ପ୍ରାୟ ୧ ଘଣ୍ଟା ଧରି  ଏହା ଚିଲିକା ମଝିରେ ଫସିରହିଥିଲା। ଭସାପୋଲରେ ଗୋଟିଏ ଯାତ୍ରୀବାହୀ ବସ୍, ୨ଟି ୪ଚକିଆ ଯାନ, ୧୦ଟି ବାଇକ୍‌ ସହ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ରିପୋର୍ଟ ନେବାରୁ ଜଣାପଡ଼ିଛି ଯେ, ଯାତ୍ରୀମାନେ ଭୟଭୀତ ଅଛନ୍ତି। କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି। 

ଏହି ଖବର ପଢ଼ନ୍ତୁ: ଭସାପୋଲରେ ଭାରୀଯାନ ପାଇଁ କଟକଣା

ଚିଲିକା ଜଳରାଶିରେ ପୋଲ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। କିନ୍ତୁ ସରକାରଙ୍କ ଉଦାସୀନ ମାନସିକତା ଯୋଗୁଁ ଚିଲିକା ଉପରେ ପୋଲ ନିର୍ମାଣ ହୋଇପାରୁ ନାହିଁ। ସାଧାରଣ ନିର୍ବାଚନ-୨୦୨୪ ପ୍ରଚାର ସମୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ଚିଲିକା ଉପରେ ପୋଲ ନିର୍ମାଣ ନେଇ ଜନସଭାକୁ ସମ୍ବୋଧିତ କରିଥିଲେ। 

ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସାତପଡ଼ାରୁ ଅନ୍ୟ ଭସାପୋଲ, ଜେସିବି, ଏସ୍କାଭେଟର ଯିବା ପରେ ଭସାପୋଲକୁ ଉଦ୍ଧାର କରାଯିବ। ସୂଚନାଯୋଗ୍ୟ ଚିଲିକାରେ ଭସାପୋଲ ଫସିବା ନୂଆ କଥା ନୁହେଁ। ପ୍ରାୟ ପ୍ରତିମାସରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି।

ଏହି ଖବର ପଢ଼ନ୍ତୁ: ଚିଲିକାରେ ଫସିଲା ଭସାପୋଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe