ରାଜ୍ୟ ଫୁଡ୍‌ କମିସନ ଟିମ୍‌ର କୋରାପୁଟ ଗସ୍ତ

Advertisment

ଓଡ଼ିଶା ରାଜ୍ୟ ଫୁଡ କମିସନ ଟିମର ଦୁଇ ଜଣ ସଦସ୍ୟ ତିନି ଦିନିଆ ଗସ୍ତରେ କୋରାପୁଟ ଜିଲ୍ଲାରେ ପହଂଚିଛନ୍ତି। ଟିମର ଦୟାନିଧି ଦାଶ ଓ ଅକ୍ଷୟ କୁମାର ବେହେରା କୋରାପୁଟ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି।

ଓଡ଼ିଶା ରାଜ୍ୟ ଫୁଡ କମିସନ ଟିମର ଦୁଇ ଜଣ ସଦସ୍ୟ ତିନି ଦିନିଆ ଗସ୍ତରେ କୋରାପୁଟ ଜିଲ୍ଲାରେ ପହଂଚିଛନ୍ତି। ଟିମର ଦୟାନିଧି ଦାଶ ଓ ଅକ୍ଷୟ କୁମାର ବେହେରା କୋରାପୁଟ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି।

food commission

Food commission Photograph: (Sambad )

କୋରାପୁଟ: ଓଡ଼ିଶା ରାଜ୍ୟ ଫୁଡ କମିସନ ଟିମର ଦୁଇ ଜଣ ସଦସ୍ୟ ତିନି ଦିନିଆ ଗସ୍ତରେ କୋରାପୁଟ ଜିଲ୍ଲାରେ ପହଂଚିଛନ୍ତି। ଟିମର ଦୟାନିଧି ଦାଶ ଓ ଅକ୍ଷୟ କୁମାର ବେହେରା କୋରାପୁଟ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ କୋରାପୁଟ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ବିଦ୍ୟାଳୟରେ ପରିମଳ ବ୍ୟବସ୍ଥା ଦେଖିବା ସହ ପାନୀୟ ଜଳ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତତସହ ପିଡିଏସ ଯୋଗାଣ କେନ୍ଦ୍ରର ବ୍ୟବସ୍ଥା ଦେଖିଛନ୍ତି। ହିତାଧିକାରୀ ମାନଙ୍କ ତାଲିକା ଲାଗିବା ଓ ଶାରୀରିକ ଅକ୍ଷମତା ଲୋକଙ୍କୁ କିଭଳି ବ୍ୟବସ୍ଥା କରାଯାଇଛି ସେହିସବୁ ତଦାରଖ କରିଛନ୍ତି।

ଜିଲ୍ଲାରେ ବିଶେଷକରି ନୂତନ ଅଙ୍ଗନବାଡି କେନ୍ଦ୍ର  ଗୃହ ନିର୍ମାଣ ସଂପର୍କରେ  ସମୀକ୍ଷା କରାଯିବ ଏବଂ  ତିନିଦିନ ଗସ୍ତ ପରେ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ  ବୋଲି ସଦସ୍ୟ ଦୟାନିଧି ଦାଶ କହିଛନ୍ତି।

ଆସନ୍ତାକାଲି ଲକ୍ଷ୍ମୀପୁର ଏବଂ ଶେଷ ଦିନରେ ଜୟପୁର ବ୍ଳକରେ ସମୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପଟ୍ଟନାୟକ, ମୁଖ୍ୟ ଯୋଗାଣ ଅଧିକାରୀ ଏସ ନାୟକ, ଯୋଗାଣ ନିରୀକ୍ଷକ ହୃଷିକେଶ ନାୟକ  ପ୍ରମୁଖ ସଦସ୍ୟଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe