ସଂରକ୍ଷିତ ଜଙ୍ଗଲରେ ଘର ନିର୍ମାଣ ବାରଣ ନେଇ ଗଣ୍ଡଗଳ: ବନରକ୍ଷୀଙ୍କ ମୁଣ୍ଡ ଫାଟିଲା

ନବରଙ୍ଗପୁର ଜିଲ୍ଲା ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ। କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଆଜି ଅପରାହ୍‌ଣ ୪ଟାରେ ପହଞ୍ଚି ଥିଲା।

Mob linching

Mob linching Photograph: (sambad.in)

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ। କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଆଜି ଅପରାହ୍‌ଣ ୪ଟାରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, ୱାଇଡଲାଇଫ ଟିମ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣ ବାରଣ କରିଥିଲେ।

ନୂତନ ଘର ନିର୍ମାଣକୁ ନେଇ ଜଗନ୍ନାଥ ସାନ୍ତାଙ୍କ ପରିବାର ସହ ବନ ବିଭାଗ କର୍ମଚାରୀମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃଷ୍ଟ ସାନ୍ତା ଏବଂ ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ଶ୍ରମିକ ବନ ବିଭାଗ କର୍ମଚାରୀ ଉପରେ ଆକ୍ରମଣ କରିଥିଲେ।

ଆକ୍ରମଣରେ ଫୋରେଷ୍ଟ ଗାର୍ଡ ରାଜୁ ମଣ୍ଡଳ ତଳେ ପଡି ଯିବାର ସୁଯୋଗ ପାଇ ଜଗନ୍ନାଥ ସାନ୍ତା ଇଟା ସାହଯ୍ୟରେ ରାଜୁଙ୍କ ଆକ୍ରମଣ କରିଥିଲେ।ଫଳରେ ରାଜୁଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ସେହିପରି ବନ କର୍ମଚାରୀମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେକୌଣସି ପ୍ରକାରେ ସେଠାରୁ କର୍ମଚାରୀ ମାନେ ଖସି ଆସି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜୁ ମଣ୍ଡଳଙ୍କ ଚିକିତ୍ସା କରାଇଥିଲେ।

ଘଟଣା ନେଇ ରେଞ୍ଜର ଗୋବିନ୍ଦ ନାୟକ ଡ଼ିଏଫଓ ଶୁଭେନ୍ଦୁ ବେହେରାଙ୍କୁ ଅବଗତ କରାଇବା ପରେ ତୁରନ୍ତ ଝରିଗାଁ ଆସି ଘଟଣାର ତଦନ୍ତ କରିଥିଲେ।ସେହିପରି ରାଜୁ ମଣ୍ଡଳ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe