ହାତୀ ଆକ୍ରମଣ: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଗଜସାଥୀଙ୍କ ଜୀବନ

Advertisment

ହାତୀ ଆକ୍ରମଣରେ ଚାଲିଗଲା ଗଜସାଥୀଙ୍କ ଜୀବନ। ମୃତକ ହେଲେ ରୁପେଶ ଛତ୍ରିଆ। ଗତକାଲି ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ହାତୀ ଆକ୍ରମଣରେ ଚାଲିଗଲା ଗଜସାଥୀଙ୍କ ଜୀବନ। ମୃତକ ହେଲେ ରୁପେଶ ଛତ୍ରିଆ। ଗତକାଲି ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

njk

କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ଚାଲିଗଲା ଗଜସାଥୀଙ୍କ ଜୀବନ। ମୃତକ ହେଲେ ରୁପେଶ ଛତ୍ରିଆ। ଗତକାଲି ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପାରା ଫରେଷ୍ଟର ପ୍ରଶାନ୍ତ ନାୟକ ସହ ବନ କର୍ମଚାରୀ ରୁପେଶ ଛତ୍ରିଆ ଗୁରତର ଥିଲେ। ଏମାନଙ୍କୁ ପ୍ରଥମେ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

 ଜଙ୍ଗଲ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର କଳେବର ବଢୁନାହିଁ କି ବନ୍ୟଜନ୍ତୁମାନେ ସୁରକ୍ଷିତ ନାହାନ୍ତି। ଜଙ୍ଗଲର ଜନ୍ତୁମାନେ ବାଧ୍ୟ ହୋଇ ଗାଁ ଅଭିମୁଖେ ଆସୁଛନ୍ତି। ହାତୀ ମନୁଷ୍ୟ ମଧ୍ୟରେ ଏକ ପ୍ରକାର ଅଘୋଷିତ ଜାରି ରହିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କେତେବେଳେ ହାତୀ ଆକ୍ରମଣରେ ମନୁଷ୍ୟର ଜୀବନ ଯାଉଛି ଅନେକ ସମୟରେ ଗଜରାଜର ମୃତଦେହ ଠାବ ହେଉଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଚି ରେଞ୍ଜ ଢୋଲମାନ୍ଦର ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିଲା। 

ସୂଚନା ଅନୁସାରେ କଣ୍ଟାବାଞ୍ଜି ରେଞ୍ଜ ଢୋଲମାନ୍ଦଲ ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ଗୋଟିଏ ହାତୀ କିଛି ଦିନ ହେଲା ଆତଙ୍କ କରୁଛି। ଗାଁ ଲୋକେ ହାତୀ ଘଉଡ଼ାଇବାକୁ ଯାଇ ନୟାନ୍ତ ହୋଇସାରିଛନ୍ତି। ଜଙ୍ଗଲରେ ହାତୀ ଥିବା ନେଇ ବନବିଭାଗ ସୂଚନା ପାଇଥିଲେ। ବନବିଭାଗର ପାରା ସ୍କ୍ବାର୍ଡ ପ୍ରଶାନ୍ତ ନାଏକ, ଗଜ ସାଥୀ ରୂପେଶ ଛତ୍ରିଆ ଡବ୍ଲ୍ୟୁ ସ୍କ୍ବାର୍ଡ ତାରେଶ୍ବର ରଣାଙ୍କ ସମେତ ଅନ୍ୟମାନେ ହାତୀ ଘଉଡ଼ାଇବାକୁ ଯାଇଥିଲେ। 

ତେବେ ଏହି ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପାରା ଫରେଷ୍ଟର ପ୍ରଶାନ୍ତ ନାୟକ ସହ ବନ କର୍ମଚାରୀ ରୁପେଶ ଛତ୍ରିଆ ଗୁରତର ଥିଲେ। ଏମାନଙ୍କୁ ପ୍ରଥମେ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe