ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ୮୪ ତମ ପ୍ରତିଷ୍ଠା ଦିବସ

ରାଇରଙ୍ଗପୁର ହାଇସ୍କୁଲର ୮୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ବିଦ୍ଯାର୍ଥୀମାନଙ୍କର ଏକ ମଶାଲ ଶୋଭାଯାତ୍ରା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଶ୍ରୀରଘୁନାଥ ଜୀଉ ମଠରେ ପହଞ୍ଚି ହାଇସ୍କୁଲ ପରିସରକୁ ଫେରିଥିଲା।

ରାଇରଙ୍ଗପୁର: ମୟୂରଭଞ୍ଜର ଦ୍ବିତୀୟ ପୁରାତନ ରାଇରଙ୍ଗପୁର ହାଇସ୍କୁଲର ୮୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ବିଦ୍ଯାର୍ଥୀମାନଙ୍କର ଏକ ମଶାଲ ଶୋଭାଯାତ୍ରା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଶ୍ରୀରଘୁନାଥ ଜୀଉ ମଠରେ ପହଞ୍ଚି ହାଇସ୍କୁଲ ପରିସରକୁ ଫେରିଥିଲା। ଏହାପରେ ସ୍କୁଲ ପରିସରସ୍ଥ ମୂକସାକ୍ଷୀ ଐତିହାସିକ ଶତାୟୁ ପର୍ପଟୀ ବୃକ୍ଷର ବନ୍ଦନା ଏବଂ ବାଗଦେବୀ ସରସ୍ଵତୀ ଓ ସିଦ୍ଧିଦାତ୍ରା ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନାର ପରେ ରାଜ୍ଯ ଓ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପୁରାତନ ଛାତ୍ରମାନଙ୍କର ଏକ ସ୍ମୃତିଅନୁଭୂତି ଓ ଅଧ୍ୟୟନରତ ପିଲାମାନଂକର ଏକ କ୍ଯାରିୟର କାଉନସେଲିଂ କାର୍ଯ୍ୟକ୍ରମରେ ବାମନଘାଟୀ ଉପଜିଲାପାଳ ସୌମ୍ୟରଞ୍ଜନ ପ୍ରଧାନ (ଆଇଏଏସ୍) ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ଉପଦେଶ ସହ ମାର୍ଗଦର୍ଶନ ଦେଇଥିଲେ। 

ପୁରାତନ ଛାତ୍ର ତଥା ବରିଷ୍ଠ ଶିକ୍ଷକ ରଂଜନ କୁମାର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବିନୟ ରଂଜନ ନାୟକ, ପୁରାତନ ଛାତ୍ରଗଣ ସତ୍ଯପ୍ରିୟ ରଥ (ଆଇଏଏସ୍),କିଟ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ସୁଆର, ଅଧ୍ଯକ୍ଷ ଡ.ସଂଜୟ ସୁଆର,ଡାଃ.ନିର୍ମଳ ମହାକୁଡ଼ (କିମ୍ସ) ପ୍ରାଣୀ ବିଜ୍ଞାନୀ ଡ.ଆଶୁତୋଷ ସାହୁ ପ୍ରମୁଖ ମଧ୍ଯ ଅଧ୍ୟୟନରତ ଛାତ୍ରମାନଙ୍କ ଭବିଷ୍ୟତ କ୍ଯାରିୟର ନେଇ ଉଚିତ ପରାମର୍ଶ ଓ ଦିଗଦର୍ଶନ ଦେଇଥିଲେ।

publive-image

ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ତଥା ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଏବଂ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ପିଲାମାନଂକୁ ଉତ୍ସାହିତ କରିଥିଲେ। ଅଂଚଳରେ ଅଧ୍ୟୟନରତ ବିଭିନ୍ନ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରଛାତ୍ରୀ ଏବଂ ପ୍ରସିଦ୍ଧ ବାଦଡ଼ା ଛଉନୃତ୍ଯ ପ୍ରତିଷ୍ଠାନର କଳାକାର ମାନେ ଚମତ୍କାର କଳାନୈପୂଣ୍ଯ ପ୍ରଦର୍ଶନ କରି ଉପସ୍ଥିତ ଅଗଣିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ପୁରାତନ ଛାତ୍ରସଂଘର ସଭାପତି ଡାଃ ସ୍ଵୟମ୍ବର ସିଂହ, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଉପସଭାପତି ରାମକୃଷ୍ଣ ମହାନ୍ତି, ସମ୍ପାଦକ ରବୀନ୍ଦ୍ର ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ଦିଲ୍ଲୀପ ମହାନ୍ତ, ଆବାହକ କାଳୀପ୍ରସନ୍ନ ମହାନ୍ତି, ଦିଲ୍ଲୀପ ମହାନ୍ତି, ସଂଯୋଜକ ସୂର୍ଯ୍ୟକାନ୍ତ ଘଣା, ସକ୍ରିୟ ସଦସ୍ଯଗଣ ବିଜୟ ରାମ, ସିଦ୍ଧାର୍ଥ ପାଲ, ଲଳିତ ପାତ୍ର, ରୀତେଶ ଆଠଘରା, କିଶୋର ରଜକ ଓ ଦୀନେଶ ବେହେରା ପ୍ରମୁଖଙ୍କ ସହ ଅନ୍ଯମାନେ ସହଯୋଗ କରିଥିଲେ। ହାଇସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ, ସମର ଶିକ୍ଷାର୍ଥୀ ବାହିନୀର ସ୍ବେଚ୍ଛାସେବୀମାନେ ଦିବସବ୍ଯାପୀ ବାର୍ଷିକୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe