ଡିସେମ୍ବର ୧୮ରୁ ୪ ଦିବସୀୟ ଗଜପତି ଉତ୍ସବ

ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆସନ୍ତା ଡିସେମ୍ବର ୧୮ ରୁ ୨୨ତାରିଖ ମଧ୍ୟରେ ଗଜପତି ମହୋତ୍ସବର ଆୟୋଜନ ନିଷ୍ପତ୍ତି ହୋଇଛି। ଗଜପତି ଉତ୍ସବକୁ ଚଳିତ ବର୍ଷକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେଥିପାଇଁ ଆଲୋଚନା କରାଯାଇଛି।

Gajapati

ପାରଳାଖେମୁଣ୍ଡି: ଆସନ୍ତା ଡିସେମ୍ବର ୧୮ ରୁ ୨୨ତାରିଖ ମଧ୍ୟରେ ଆୟୋଜନ ହେବ ଗଜପତି ମହୋତ୍ସବ। ଏଥି ନିମନ୍ତେ ଆଜି ସ୍ଥାନୀୟ ଆର୍‌ସେଟି ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି  ଜି. ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଡିଏସପି ଚନ୍ଦ୍ରଶେଖର ହୋତା, କୋଷାଧ୍ୟକ୍ଷ ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ବୈଠକରେ ଗଜପତି ଉତ୍ସବକୁ ଚଳିତ ବର୍ଷକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେଥିପାଇଁ ଆଲୋଚନା କରାଯାଇଥିଲା। ଆଜିର ଏହି ପ୍ରସ୍ତୁତି ବୈଠକରେ ମଞ୍ଚ କମିଟି, ସ୍ମରଣିକା କମିଟି, ଅର୍ଥ କମିଟି ଖାଦ୍ୟ କମିଟି, ଅଭ୍ୟର୍ଥନା କମିଟି ଆବାସ ବ୍ୟବସ୍ଥା କମିଟି ପରିବହନ କମିଟି ସାଂସ୍କୃତିକ କମିଟି, ପ୍ରଚାର ପ୍ରସାର କମିଟି, ମଶାଲ ସଭାଯାତ୍ରା କମିଟି, ବ୍ଳକ ସ୍ତରରେ ପ୍ରଚାର ପ୍ରସାର କମିଟି କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗଜପତି ଉତ୍ସବ ପାଇଁ ରାହାଗିରି କାର୍ଯ୍ୟକ୍ରମ ପାରଳା ପୌରପାଳିକା ଦୀର୍ଘ ବର୍ଷ ହେଲା ଆୟୋଜନ କରିଆସୁଛି।

ଚଳିତ ବର୍ଷ ମଧ୍ୟ ଏହାକୁ କିଭଳି ଆୟୋଜନ କରାଯାଇପାରିବ ସେଥି ନିମନ୍ତେ କାଉନସିଲ ବୈଠକରେ ଆଲୋଚନା କରାଯାଇ ଏହାର ନିଷ୍ପତ୍ତି ନିଆଯିବ ବୋଲି ପୌରାଧ୍ୟକ୍ଷା ନିର୍ମଳା ସେଠୀ କହିଛନ୍ତି। ବିଶେଷ କରି ଉତ୍ସବ ପାଇଁ ପୂର୍ବରୁ ଯେଉଁ ସ୍ମରଣିକା ପ୍ରସ୍ତୁତ ହେଉଥିଲା ତାହାର କୌଣସି ନାମକରଣ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଠାରୁ ସ୍ମରଣିକାକୁ ‘ଗଜପତି’ ନାମରେ ନାମିତ  କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ଜିଲ୍ଲାସ୍ତରୀୟ ଉତ୍ସବ ପୂର୍ବରୁ ସମସ୍ତ ବ୍ଲକସ୍ତରରେ ଉତ୍ସବକୁ ସୁରୁଖୁରୁରେ ଆୟୋଜନ କିଭଳି କରାଯିବ ସେଥିପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଉତ୍ସବ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଏବଂ କର୍ମଚାରୀ ବୈଠକରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe