ଦୁର୍ଘଟଣାରେ ଯୁବକଙ୍କ ଚାରିଟି ଆଙ୍ଗୁଠି ଛିଣ୍ଡିଲା: ଫେରାର ମାରିଲା ପୁଲିସ ଗାଡ଼ି

ଗଜପତି ଜିଲ୍ଲା ରତ୍ନଗିରି ଉଦୟଗିରି ଥାନା ଅନ୍ତର୍ଗତ ଗୁଲି ଓ ତାବରଡ଼ା ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ୪ଟି ଆଙ୍ଗୁଠି ଛିଣ୍ଡିଛି।

R Udaygiri accident

R Udaygiri accident Photograph: (sambad.in )

ରା.ଉଦୟଗିରି: ଗଜପତି ଜିଲ୍ଲା ରତ୍ନଗିରି ଉଦୟଗିରି ଥାନା ଅନ୍ତର୍ଗତ ଗୁଲି ଓ ତାବରଡ଼ା ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରା.ଉଦୟଗିରିରୁ ପାରଳାଖେମୁଣ୍ଡି ଯାଉଥିବା ପୁଲିସ ବଲେରୋ ଓ ଖଜୁରୀପଦା ଠାରୁ ରା.ଉଦୟଗିରି ଆସୁଥିବା ଏକ ବାଇକ(ଓଡି-୦୨ବିଜେଡ-୩୪୮୮) ମୁହାଁମୁହିଁ ଧକ୍କା ହୋଇଛି।

ସୂଚନା ଅନୁସାରେ ନୂଆଗଡ ବ୍ଲକ ଅଧିନସ୍ଥ ଗୁଲି ଓ ତାବରଡା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାଇକ ଆର‌ୋହୀ ଯୁବକଙ୍କୁ ପୁଲିସ ଗାଡ଼ି ଧକ୍କା ଦେଇଥିଲା। ଏଥିରେ ବାଇକ ଚାଳକ ବସ୍ତ୍ରୀଗୁଡା ଗ୍ରାମର ସୁମ୍ବ୍ରା ଭୂୟାଁ (୨୪) ଗୁରୁତର ଆହତ ହୋଇଥିଲେ। ସୁମ୍ବ୍ରାର ଡାହାଣ ଗୋଡର ୪ଟି ଆଙ୍ଗୁଳି ଛିଡି ଯାଇଛି। ଦୁର୍ଘଟଣା ଘଟାଇ ପୁଲିସ ଗାଡି ସେଠାରୁ ଚମ୍ପଟ ମାରିଥିଲା।

ଦୁର୍ଘଟଣାର ପ୍ରାୟ ଏକଘଣ୍ଟା ପରେ ରା.ଉଦୟଗିରି ପୁଲିସ ଆମ୍ବୁଲାନ୍ସ ନେଇ ଗୁରୁତର ଆହତଙ୍କୁ ରା.ଉଦୟଗିରି ମେଡିକାଲ ନେଇ ଆସିଥିଲେ। ଅବସ୍ଥା ଗୁରୁତର ହେବାରୁ ସୁମ୍ବ୍ରାକୁ ପାରଳାଖେମୁଣ୍ଡି ପଠାଇ ଦିଆଯାଇଛି।

ତେବେ ଦୁର୍ଘଟଣା ପରେ ବସ୍ତ୍ରୀଗୁଡା ଗ୍ରାମ ତଥା ସୁମ୍ବ୍ରାର ବାପା ସୁବୁଦ୍ଧି ଭୂୟାଁ, ସୁକୁ ଭୂୟାଁ, ଗୋବିନ୍ଦ ରଇତ, ମାର୍କ ରଇତ ପ୍ରମୁଖ ଏହି ଘଟଣାର ତଦନ୍ତ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି। ଅଞ୍ଚଳର ଜଣେ ଜଣାଶୁଣା ନେତୃତ୍ଵ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଅବଗତ କରାଇଥିଲେ। ତା’ପରେ ପୁଲିସ ଗାଡି ଆସି ଆହତଙ୍କୁ ମେଡିକାଲ ନେଇଥିଲା।

Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe