ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଚାରିଜଣ ସରକାରୀ ବାବୁ

ଅଭିଯୋଗକାରୀ ଓଡ଼ିଶା ସରକାରଙ୍କ ଗୋ-ସୁଗମ ଯୋଜନା ଅଧୀନରେ ହିତାଧିକାରୀ ହୋଇଥିବାରୁ ୨୦୨୫ ଅପ୍ରେଲରେ ବ୍ରଏଲର ଫାର୍ମ ନିର୍ମାଣ କରିସାରିଥିଲେ ଏବଂ ମୋଟ ସବସିଡି ରାଶି ୯୦,୦୦୦ ଟଙ୍କା ପାଇବାକୁ ଯୋଗ୍ୟ ଥିଲେ।

vigilance

ଜଗତସିଂହପୁର/ରେଢ଼ାଖୋଲ: ଟଙ୍କା ଲାଞ୍ଚ ନେବା ବେଳେ ଆଜି ଚାରିଜଣ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବ ପ୍ରସାଦ ସେଠୀ, ତାଙ୍କ ସହଯୋଗୀ ସୂର୍ଯ୍ୟନାରାୟଣ ଚୌଧୁରୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ପଶୁଚିକିତ୍ସା ଅଧିକାରୀ ଶୁଭ ପ୍ରକାଶ ସୋରେନ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମହେଶ୍ବର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧଣାପଡ଼ିଛନ୍ତି।  

ଅଭିଯୋଗକାରୀଙ୍କ ସପକ୍ଷରେ ଏକ ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଡାକ୍ଟର ଶିବ ପ୍ରସାଦ ସେଠୀ ୧୦ ହଜାର ଟଙ୍କା ଦାବି କରିଥିଲେ। ଆଜି ଏହି ଟଙ୍କା ଲାଞ୍ଚ ନେବା ବ‌େଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଚଢ଼ାଉ କରିଥିଲା ଏବଂ ରଂଗବୋଳା ଟଙ୍କା ଘଟଣାସ୍ଥଳରୁ ଜବତ କରିଥିଲା। ଏହି ମାମଲାରେ ଶ୍ରୀ ସେଠୀଙ୍କ ସହଯୋଗୀ ମଧ୍ୟ ସଂପୃକ୍ତ ଥିଲେ। 

ରେଢ଼ାଖୋଲ ବ୍ଲକ ପଶୁ ଚିକିତ୍ସାଧୀକାରୀ ଡକ୍ଟର ଶୁଭ ପ୍ରକାଶ ସୋରେନ ଏବଂ ପିଏ ମହେଶ୍ୱର ସାହୁଙ୍କୁ ଜଣେ ହିତାଧିକାରୀଙ୍କ ଠାରୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗକାରୀଙ୍କ ସପକ୍ଷରେ ବ୍ରଏଲର ଫାର୍ମ ସ୍ଥାପନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ୫୪,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ସେମାନେ ଲାଞ୍ଚ ନେଉଥିଲେ। 

ଅଭିଯୋଗକାରୀ ଓଡ଼ିଶା ସରକାରଙ୍କ ଗୋ-ସୁଗମ ଯୋଜନା ଅଧୀନରେ ହିତାଧିକାରୀ ହୋଇଥିବାରୁ ୨୦୨୫ ଅପ୍ରେଲରେ ବ୍ରଏଲର ଫାର୍ମ ନିର୍ମାଣ କରିସାରିଥିଲେ ଏବଂ ମୋଟ ସବସିଡି ରାଶି ୯୦,୦୦୦ ଟଙ୍କା ପାଇବାକୁ ଯୋଗ୍ୟ ଥିଲେ। ଡକ୍ଟର ସୋରେନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ୫୪,୦୦୦ ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରିଆସୁଥିଲେ। କିନ୍ତୁ  ଡକ୍ଟର ସୋରେନ ଉକ୍ତ ରାଶି ପ୍ରଦାନ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ।

ଅଭିଯୋଗକାରୀ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଆଜି ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେମାନଙ୍କୁ ଧରିଥିଲେ। 

Vigilance | Jagatsinghpur | Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe