ସମାଜର ୪ଟି ପଛୁଆ ସ୍ତରର ଲୋକଙ୍କର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

ସରକାର ସମସ୍ତଙ୍କ ଠାରେ ବିକାଶ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି। ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ବ ଦେଉଛନ୍ତି। ବ୍ୟାଙ୍କିଙ୍ଗ, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଛି।

New Project

ଭୁବନେଶ୍ବର: ସରକାର ସମସ୍ତଙ୍କ ଠାରେ ବିକାଶ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି। ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ବ ଦେଉଛନ୍ତି। ବ୍ୟାଙ୍କିଙ୍ଗ, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଛି। ସରକାର ଆୟୁମାନ ଭାରତ ଯୋଜନାରେ ରାଜ୍ୟର ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ସହାୟତା ଦେଉଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେଇ ଭୁବନେଶ୍ବର ଫେରିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯେହେତୁ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିଲେ, ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓବାଦୀ ମୂଳୋତ୍ପାନଟ ଅର୍ଥାତ ସଂପୂର୍ଣ୍ଣ ସମାପ୍ତ କରିବା ଲକ୍ଷ୍ୟ କରାଯାଇଥିବା କଥା ଦୋହରାଇଥିଲେ।  ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ମାଓବାଦୀଙ୍କୁ ମୂଳୋତ୍ପାଟନ କରାଯିବା ନେଇ ସେ ଜୋର ଦେଇଥିଲେ। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

WhatsApp Image 2025-07-10 at 8.52.38 PM

ସମ୍ମିଳନୀରେ ରାଜ୍ୟବାସୀଙ୍କ ତରଫରୁ ଶ୍ରୀଅନ୍ନ ଯୋଜନା ଉପରେ ଓଡ଼ିଶାର ଭୂମିକା ନେଇ ଉପସ୍ଥାପନା କରାଯାଇଥିଲା। ମିଲେଟ ମିସନ, ଏମ୍ଏସ୍ପି, ଇନ୍ପୁଟ ସହାୟତା (ଅଧିକ ୨୧୦ ଟଙ୍କା) ଏକ୍ଷେତ୍ରରେ ଆମଚାଷୀମାନେ କେମିତି ସ୍ବାବଳମ୍ବୀ ହେବେ ସେନେଇ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିକଶିତ ଭାରତ-୨୦୪୭ ପୂରା କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସମାଜର ୪ଟି ପଛୁଆ ସ୍ତରରର ଲୋକଙ୍କର ବିକାଶ କରାଯିବା ନେଇ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। ଆସନ୍ତା ବର୍ଷ ଓଡ଼ିଶାରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକର ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ କେନ୍ଦ୍ର ମଧ୍ୟ ଅନୁମୋଦନ କରିବା ସହିତ ପୁରୀରେ ଆୟୋଜନ ପାଇଁ ପରାମର୍ଶ ଦେଇଛି। 

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଝାଡ଼ଖଣ୍ଡର ରାଞ୍ଚିରେ ପୂର୍ବ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଚାନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ସଦସ୍ୟ ରାଜ୍ୟ ଗୁଡ଼ିକର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବ କ୍ଷେତ୍ରୀୟ ପରିଷଦ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟକୁ ନେଇ ଗଠିତ। ଝାଡ଼ଖଣ୍ଡ ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ଦ୍ୱାରା ଏହି ବୈଠକ ଆୟୋଜନ କରାଯାଇଥିଲା।

 CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe