ସୁରକ୍ଷାବାହିନୀର ଗୁଳିମାଡ଼ରେ ଟଳିଲେ ୪ ମାଓବାଦୀ, ଗୁଳି-ବନ୍ଧୁକ ଜବତ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିଶେଷ ସୂତ୍ରରୁ ବିଜାପୁର ପୁଲିସ ଖବର ପାଇ ଦକ୍ଷିଣ ପଶ୍ଚିମ ଅଂଚଳରେ ନକ୍ସଲ କ୍ୟାମ କରି ରହିଥିବା ଜାଣିବା ପରେ ପୁଲିସ ଚଢ଼ାଉ କରିଥିଲେ।

New Project (37)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିଶେଷ ସୂତ୍ରରୁ ବିଜାପୁର ପୁଲିସ ଖବର ପାଇ ଦକ୍ଷିଣ ପଶ୍ଚିମ ଅଂଚଳରେ ନକ୍ସଲ କ୍ୟାମ କରି ରହିଥିବା ଜାଣିବା ପରେ ପୁଲିସ ଚଢ଼ାଉ କରିଥିଲେ।

ଆଜି ସନ୍ଧ୍ୟାରେ ପୁଲିସ ସହ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଓପେରସନ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିବା ସହ ଏସଏଲଆର, ଇନସାସ ବନ୍ଧୁକ ସହିତ ଗୁଳି ମଧ୍ୟ ଜବତ କରଯାଇଛି। ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲିଛି। ଯବାନ ଫେରିବା ପରେ ସବିଶେଷ ବିବରଣୀ ମିଳିବ ବୋଲି କୁହାଯାଇଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe