ଚିହ୍ନଟ ହେଲେ ୪ ମାଓବାଦୀ, ମୁଣ୍ଡରେ ଥିଲା ୧୭ ଲକ୍ଷ ଟଙ୍କା

ସୀମାନ୍ତ ଛତିଶଗଡ଼ର ବିଜାପୁର ଅଂଚଳରେ ଗତକାଲି ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିପାତ ହୋଇଥିଲେ। ପୁଲିସ ଏମାନଙ୍କୁ ଚିହ୍ନଟ କରିଛି। ଏମାନେ ହେଲେ ଦକ୍ଷିଣ ବସ୍ତର ଡିଭିଜନର ଏସିଏମ ହୁଙ୍ଗା। ହୁଙ୍ଗା ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଥିଲା।

Mkg 4 naxal dead  (3)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଅଂଚଳରେ ଗତକାଲି ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିପାତ ହୋଇଥିଲେ। ପୁଲିସ ଏମାନଙ୍କୁ ଚିହ୍ନଟ କରିଛି। ଏମାନେ ହେଲେ ଦକ୍ଷିଣ ବସ୍ତର ଡିଭିଜନର ଏସିଏମ ହୁଙ୍ଗା। ହୁଙ୍ଗା ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ପ୍ଲାଟୁନ ନମ୍ବର ୩୦ର ଏସିଏମ ଲଖେ। ଲଖେ ନାମରେ ମଧ୍ୟ ୫ ଲକ୍ଷ ଟଂକା ରହିଥିଲା। ସେହିପରି ଏସିଏମ ଭିମେ ନାମରେ ମଧ୍ୟ ୫ ଲକ୍ଷ ଏବଂ ପାର୍ଟି ସଦସ୍ୟ ନହାଲ ଅରଫ ରାହୁଲ ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରହିଥିଲା।

ଏଥିସହ ଘଟଣାସ୍ଥଳରୁ ଏସଏଲଆର, ଇନସାସ, ବିଏଜିଏଲ, ଜୀବନ୍ତ ଗୁଳି, ୩୧୫ ରାଇଫଲ ସମେତ ନକ୍ସଲ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ବସ୍ତର ଅଂଚଳରେ ଗତ ୧୯ ମାସରେ ୪୨୫ ଜଣ ନକ୍ସଲଙ୍କ ଏନକାଉଣ୍ଟରରେ ମରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଆଇଜି ସୁନ୍ଦରରାଜ ପି ଏନକାଉଣ୍ଟରର ବିସ୍ତୃତ ବିବରଣୀ ଦେଇଥିଲେ। 

Malkangiri | maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe