ମହିଳା କ୍ୟାଡର ସମେତ ୪ ନକ୍ସଲଙ୍କ ଆତ୍ମସମର୍ପଣ

ପୁଲିସ ନିକଟରେ ଜଣେ ମହିଳା ନକ୍ସଲ ସମେତ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Mkg naxal surrender

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସ ନିକଟରେ ଜଣେ ମହିଳା ନକ୍ସଲ ସମେତ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋସା ମାଢି, ଯୋଗୀ ମାଢି, ଶଂକର ପଡିଆମି ଏବଂ ଭିଜେନ ମାଢି। ଏମାନଙ୍କ ନାମରେ ୬ ଲକ୍ଷ ଟଂକାର ପୁରସ୍ସାର ରାଶି ରହିଥିଲା। ଏମାନେ ବହୁ ହିଂସା, ହତ୍ୟା, ପୁଲିସ ଉପରେ ଆକ୍ରମଣ କରିବା ଭଳି ହିଂସାକାଣ୍ଡରେ ଜଡିତ ଥିବା ପୁଲିସ କହିଛି।

ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି।ପୁଲିସ ତରଫରୁ ଏମାନଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe