ସୁରକ୍ଷା ବାହିନୀର ଗୁଳିମାଡ଼ରେ ୪କୁଖ୍ୟାତ ମାଓବାଦୀ ନିପାତ, ମାଓ ସାମଗ୍ରୀ ଜବତ

Advertisment

ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି।

ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି।

Maoists killed

Maoists killed Photograph: (Maoists killed)

ମାଲକାନଗିରି: ମହାରାଷ୍ଟ୍ର ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ୍) ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଅପରେସନ୍ କରିଛି। ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି। ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ଆଜି ସକାଳୁ ହୋଇଥିବା ଏନ୍‌କାଉଣ୍ଟରରେ ମାଓବାଦୀମାନେ ପୁଣି ଥରେ ପରାଜିତ ହୋଇଛନ୍ତି। 

ବିଶ୍ବସ୍ତ ସୂତ୍ରରୁ ଗଡ଼ଚିରୋଲି ପୁଲିସକୁ ସୂଚନା ମିଳିଥିଲା ଯେ, ମାଓବାଦୀମାନେ ଏକ ବଡ଼ଧରଣର ଅଘଟଣ ଘଟାଇବାକୁ ଯାଉଛନ୍ତି। ଏହି ସୂଚନା ଆଧାରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶଙ୍କ ନେତୃତ୍ବରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ଅପରେସନରେ ୧୨ସି୬୦ କମାଣ୍ଡୋ ଟିମ୍, ଯେଉଁଥିରେ ୩୦୦ ସଦସ୍ୟ ଓ ଗୋଟିଏ ପ୍ଲାଟୁନ ସିଆରପିଏଫ୍ ବଳ ସାମିଲ ଥିଲେ। 

ପ୍ରବଳ ବର୍ଷା ସତ୍ତ୍ବେ ଗୁରୁବାର ଅପରାହ୍ଣ ଠାରୁ କୱାଣ୍ଡେ ଓ ନେଲଗୁଣ୍ଡାରେ ଅପରେସନ ଜାରି କରିଥିଲା। ପରେ ଏହି ଟିମ୍ ଇନ୍ଦ୍ରାବତୀ ରିଭର ବ୍ୟାଙ୍କ ଆଡ଼କୁ ଅଗ୍ରସର ହୋଇଥିଲେ। ଏହି ସମୟରେ ମାଓବାଦୀମାନେ ପ୍ରଥମେ ଗୁଳିବର୍ଷା କରିଥିଲେ, ଯାହାକୁ ସୁରକ୍ଷା ବାହିନୀର ଯବାନମାନେ ସହଜରେ ମୁକାବିଲା କରିଥିଲେ। ଗୁଳିବିନିମୟ ପ୍ରାୟ ୨ ଘଣ୍ଟା ଯାଏଁ ଜାରି ଥିଲା। 

ଅପରେସନ ସମୟରେ ସୁରକ୍ଷା ବାହିନୀ ୪ ଜଣ ମାଓବାଦୀଙ୍କର ମୃତଦେହ, ଗୋଟିଏ ସ୍ବୟଂଚାଳିତ ରାଇଫଲ, ୨ଟି ୩୦୩ ରାଇଫଲ ଆଦି ଉଦ୍ଧାର କରିଥିଲେ। ଏଥି ସହିତ ସୁରକ୍ଷା ବାହିନୀକୁ ଘଟଣାସ୍ଥଳରେ ୱାକି-ଟକି ସହିତ ମାଓସାମଗ୍ରୀ ମିଳିଥିଲା। 

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ସକାଳୁ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ୨୭ ଜଣ ମାଓବାଦୀଙ୍କୁ ନିପାତ କରିଥିଲେ। ଏଥିରେ ସିପିଆଇ-ମାଓବାଦୀର ସାଧାରଣ ସଂପାଦକ ନମ୍ବଲା କେଶବ ରାଓ ଓରଫ ବାସବରାଜୁ ମଧ୍ୟ ସାମିଲ ଥିଲା। ଆଇଜି (ବସ୍ତର ରେଞ୍ଜ) ପି ସୁନ୍ଦରରାଜ କହିଥିଲେ, ନାରାୟଣପୁର, ଦନ୍ତେୱାଡା, ବିଜାପୁର ଓ କୋଣ୍ଡାଗାଓର ଡିଆରଜି ଯବାନଙ୍କ ମିଳିତ ଉଦ୍ୟମ କାରଣରୁ ଏହି ବଡ଼ ସଫଳତା ମିଳିଥିଲା। 

maoists 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe