ହିଂସା ଛାଡ଼ିଲେ ୪ ମାଓବାଦୀ, ପୁଲିସ ନିକଟରେ କଲେ ଆତ୍ମସମର୍ପଣ

Advertisment

ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସୀମାନ୍ତ ଛତିଶଗଡର ଗରିଆବନ୍ଧ ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା କ୍ୟାଡରଙ୍କ ସମେତ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି।

ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସୀମାନ୍ତ ଛତିଶଗଡର ଗରିଆବନ୍ଧ ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା କ୍ୟାଡରଙ୍କ ସମେତ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି।

Mkg naxal surrender (3)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା କ୍ୟାଡରଙ୍କ ସମେତ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପି ଜିତେନ୍ଦ୍ର ଚନ୍ଦ୍ରକାର ସମେତ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ନେଇ ଆତ୍ମସମର୍ପଣ କରିଥିଲେ। ଏମାନେ ହେଲେ ମହିଳା ନକ୍ସଲ ରନୀତା ଓରଫ ପାୟକି, ସୁଜାତା ଓରଫ ଅରେ କୁରାମ, ଦୀପକ ଓରଫ ଭୀମା ମାଣ୍ଡବୀ ଏବଂ କୈଳାସ ଓରଫ ଭୀମା ଭୋଗମ। 

ତେବେ ଏହି ନକ୍ସଲମାନେ ଅଟୋମେଟିକ ରାଇଫଲ ସହ ଆତ୍ମସମର୍ପଣ କରିଥିବାରୁ ସଂଗଠନକୁ ବଡ ଝଟକା ଲାଗିଥିବା ପୁଲିସ କହିଛି। ସରକାରଙ୍କ ତରଫରୁ ଆତ୍ନନିର୍ଭରଶୀଳ ନୀତି ନକ୍ସଲଙ୍କୁ ବେଶ ଉତ୍ସାହିତ କରିଛି। 

-ଛତିଶଗଡ଼ ଗରିଆବନ୍ଧ ମାଓ ଶିବିରରୁ ୧୬.୫୦ ଲକ୍ଷ ଜବତ

-ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ

-ଆତ୍ମସମର୍ପଣ କରି ଥିବା ମାଓବାଦୀ ସୁଚନା ଆଧାରରେ ଜବତ

ସଂଗଠନ ଛାଡି ବଡ ବଡ କ୍ୟାଡର ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଂକା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ। ସଂଗଠନରେ ଆଉ ରହିବା ମୁସକିଲ ହେଉଥିବାରୁ ନକ୍ସଲ ଏବେ ଚିନ୍ତାରେ ପଡିଛନ୍ତି। ମୃତ୍ୟୁ ଅପେକ୍ଷା ଆତ୍ମସମର୍ପଣ ହିଁ ଏକମାତ୍ର ରାସ୍ତା ବୋଲି ଚିନ୍ତା କଲେଣି। ତେଣୁ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ଆତ୍ମସମର୍ପଣ ନକଲେ ମୃତ୍ୟୁ ବୋଲି ପୁଲିସ କହିଛି।

vmaoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe