ତାରବାଡ଼ ଚୋରି କରି ଜେଲ୍‌ ଗଲେ ୪ ଯୁବକ

ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସରକାର ଉଦ୍ୟମ କରୁଥିବା ବେଳେ ମୌଳିକ ସୁବିଧା ଉଦୟଗିରି ଥାନା ଅଧୀନସ୍ଥ ନିଲୁଙ୍ଗୀଆ ଠାରେ ନିର୍ମାଣାଧୀନ ବିଏସଏନଏଲ ଟାୱାରର ତାରବାଡ ଚୋରି ଅଭିଯୋଗରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲ ପଠାଯାଇଛି।

g udayagiri

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅଧୀନସ୍ଥ ନିଲୁଙ୍ଗୀଆ ଠାରେ ନିର୍ମାଣାଧୀନ ବିଏସଏନଏଲ ଟାୱାରର ତାରବାଡ ଚୋରି ଅଭିଯୋଗରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲ ପଠାଯାଇଛି। ଅଭିଯୁକ୍ତମାନେ ହେଲେ  କ୍ରିଷ୍ଣା ରାଜ୍ ପାତ୍ର (୨୯), ରବି ନାୟକ(୨୩), ମାଲିକାପୋଡ଼ିର ସୁଭାଶିଷ ପ୍ରଧାନ(୧୯) ଓ ଶୁଭମ୍ ପ୍ରଧାନ(୨୦)। 

ନିର୍ମାଣାଧୀନ ବିଏସ୍‌ଏନ୍‌ଏଲ୍‌ ଟାୱାରର ତାର ଚୋରି ନେଇ ଗତ ୧୨ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା। ଏ ନେଇ  ସ୍ଥାନୀୟ ଥାନା ଆଇଆଇସି ଭଗବାନ ପୂଜାରୀ କେଶ ନଂ୧୬୩/୨୪ରେ ଏକ ମାମଲା ରୁଜ୍ଜୁ କରି ଏସାଇ ଅନନ୍ତ ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ।

ଏସଆଇ ଅନନ୍ତ କୁମାର୍ ପ୍ରଧାନ ତଦନ୍ତ ଭାର ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତାର ଜାଲି ଚୋରି ଅଭିଯୋଗରେ ଘୁ ଉଦୟଗିରି ମାହାଗୁଡ଼ା ସାହିର  କ୍ରିଷ୍ଣା ରାଜ୍ ପାତ୍ର, ଜଡାଙ୍ଗବାଲିର ରବି ନାୟକ, କୁମ୍ଭାରକୁପା ମାଲିକାପୋଡ଼ିର ସୁଭାଶିଷ ପ୍ରଧାନ ଓ ଶିର୍କୀ ଗ୍ରାମର ଶୁଭମ୍ ପ୍ରଧାନଙ୍କୁ ଥାନାକୁ ଆଣି ଥିଲା। ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତ ଚୋରି କରିଥିବା ସ୍ୱୀକାର କରିବା ସହ ଚୋରି ସାମଗ୍ରୀ କେଉଁଠି ଲୁଚେଇ ରଖିଥିଲେ ତାହା ଦେଖେଇବା ଏବଂ ସମସ୍ତ ଘଟଣାର ଭିଡିଓ ରେକର୍ଡ଼ିଂ କରିଥିଲେ। ତଦନ୍ତ ଅଧିକାରୀ ଏହାପରେ ସେମାନଙ୍କ ଠାରୁ ଚୋରି କରିଥିବା ତାରଜାଳି ଜବତ କରି ଉକ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe