କୁକୁର କାମୁଡ଼ାକୁ ନେଇ ଗଣ୍ଡଗୋଳ: ଦୁଇ ପରିବାରର ୪ ଆହତ ହସ୍‌ପିଟାଲରେ ଭର୍ତ୍ତି

ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଉପରସାହିରେ କୁକୁର କାମୁଡ଼ାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଦୁଇ ପଡ଼ୋଶୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ହୋଇ ୪ଜଣ ଆହତ ହୋଇଛନ୍ତି।

ଖଲ୍ଲିକୋଟ: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଉପରସାହିରେ କୁକୁର କାମୁଡ଼ାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଦୁଇ ପଡ଼ୋଶୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ହୋଇ ୪ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ବାପା ମନୁ ଗୌଡ଼(୭୫), ପୁଅ ମାଗୁଣି ଗୌଡ଼(୩୬) ଓ ବୋହୂ ତପସ୍ବନୀ ଗୌଡ଼(୩୦)।

ସେହିପରି ପଡ଼ୋଶୀରେ ରହୁଥିବା ତୁଳସୀ ଗୌଡ଼ ନାମ୍ନୀ ଜନୈକା ମହିଳା ମଧ୍ୟ ଆହତ ହୋଇଛନ୍ତି। ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଆଜି ସଂଧ୍ୟାରେ ତୁଳସୀଙ୍କ ପୋଷା କୁକୁର ପଡ଼ୋଶୀରେ ରହୁଥିବା ମନୁଙ୍କୁ କାମୁଡ଼ି ଦେଇଥିଲା। ଏହା ଦେଖି ମାଗୁଣି ଓ ତପସ୍ବିନୀ ସେଠାକୁ ଆସିବାରୁ ତାଙ୍କୁ ମଧ୍ୟ କୁକୁର କାମୁଡ଼ି ଦେଇଥିଲା।

ଏହି ଘଟଣାକୁ ନେଇ ସେମାନେ ତୁଳସୀଙ୍କ ସହିତ ଝଗଡ଼ା କରିଥିଲେ। ଝଗଡ଼ା ଦେଖି ତୁଳସୀଙ୍କ ପରିବାରବର୍ଗ ସେମାନଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗା ଓ ଛୁରି ଧରି ପରସ୍ପର ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ମାଗୁଣିଙ୍କ ହାତରେ ଛୁରାମାଡ଼ ହୋଇଥିବା ବେଳେ ଅନ୍ୟମାନେ ଠେଙ୍ଗା ମାଡ଼ରେ ଆହତ ହୋଇଛନ୍ତି। ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।

Attack | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe