୫୫ ନମ୍ବର ଜାତୀୟ ରାଜପଥରେ ‘ଥାର୍‌’ ଦୁର୍ଘଟଣାଗ୍ରସ୍ତ, ୪ଛାତ୍ର ଆହତ

ଅନୁଗୁଳ ଜିଲ୍ଲା ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ ଛକରେ ଏକ ମହିନ୍ଦ୍ରା ଥାର ଗାଡ଼ି ଦୁର୍ଘଟଣା ହୋଇଛିl ଏହି ଦୁର୍ଘଟଣାରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Accident

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ ଛକରେ ଏକ ମହିନ୍ଦ୍ରା ଥାର ଗାଡ଼ି ଦୁର୍ଘଟଣା ହୋଇଛିl ଏହି ଦୁର୍ଘଟଣାରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ମୁତାବକ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠପଢୁ ଥିବା ଚାରିଜଣ ସାଙ୍ଗ ମିଶି ଏକ ମହିନ୍ଦ୍ରା ଥାର (ଓଡି୦୧ ବିସି ୦୦୬୯) ଗାଡ଼ି ଭଡ଼ା ସୂତ୍ରରେ ଆଣି ସମ୍ବଲପୁର ଯାଇଥିଲେl ସମ୍ବଲପୁରରେ ସେମାନେ ଠାକୁର ଦର୍ଶନ କରି ଭୁବନେଶ୍ବର ଫେରିବା ସମୟରେ ବଅଁରପାଳ ବାଇପାସ ଛକ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣାର ସାମ୍ନା କରିଥିଲେ। ଗାଡ଼ିଟି ଡିଭାଇଡର ଉପରେ ଚଢି ଭାରସାମ୍ୟ ହରାଇ ରବିବାର ରାତ୍ର ୩ଟା ସମୟରେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗାଡ଼ି ଚାଳକ ବାଦଲ କୁମାର ମାଝୀ (୨୦)ଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏକ ଘରୋଇ ନର୍ସିଙ୍ଗି ହୋମ ଭର୍ତ୍ତି କରିଥିବା ବେଳେ ରୋହିତ କୁମାର ପାଳ (୨୩),  ଶୁଭ୍ରଜିତି ବେହେରା  (୨୧), ସନ୍ଦୀପ ବର୍ଗତି (୨୩) ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛିl ଆଜି ସକାଳେ ବଅଁରପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ଗାଡ଼ିକୁ ଜବତ କରି ଏକ ମାମଲା ରୁଜୁକରିଥିବା ଜଣାପଡ଼ିଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe