ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷାର ବିକଳ ଚିତ୍ର: ପ୍ରଧାନଶିକ୍ଷକ ସମେତ ୪ ଜଣ ଅନୁପସ୍ଥିତ

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ହେଉଛି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପଡୋଶୀ ବ୍ଲକ। ତେବେ ଗଣ ଶିକ୍ଷାମନ୍ତ୍ରୀଙ୍କ ପଡୋଶୀ ବ୍ଲକରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ହେଉଛି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପଡୋଶୀ ବ୍ଲକ। ତେବେ ଗଣ ଶିକ୍ଷାମନ୍ତ୍ରୀଙ୍କ ପଡୋଶୀ ବ୍ଲକରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର।

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ହେଉଛି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପଡୋଶୀ ବ୍ଲକ। ତେବେ ଗଣ ଶିକ୍ଷାମନ୍ତ୍ରୀଙ୍କ ପଡୋଶୀ ବ୍ଲକରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର। ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ ସୋମବାର ଚନ୍ଦାହାଣ୍ଡି ବ୍ଲକ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିଲେ। ଗସ୍ତ ସମୟରେ ଅଚାନକ ୭ ଘଣ୍ଟା ୨୦ ମିନିଟ ସମୟରେ କାନାକୋଟ ପଞ୍ଚାୟତ ଅନ୍ତର୍ଗତ ହଳଦୀଗୁଡ଼ାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତଦାରଖ ପାଇଁ ପହଞ୍ଚି ଥିଲେ। 

ତଦାରଖ ସମୟରେ ଯାହା ଦେଖିଲେ ଡ଼ିଇଓ ଶ୍ରୀ ସାହୁଙ୍କ ମନ ବିଚଳିତ ହୋଇ ଯାଇଥିଲା। ବିଦ୍ୟାଳୟରେ ପାଞ୍ଚ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ମାତ୍ର ଜଣେ ସହକାରୀ ଶିକ୍ଷକ କେଶବ ନାୟକ ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ କୈଳାଶ ନାୟକ ସହ ସହକାରୀ ଶିକ୍ଷକ ପ୍ରଦୀପ ମଣ୍ଡଳ, ନିଗମାନନ୍ଦ ସେନାପତି ଏବଂ ଅନିଲ କୁମାର ଦାସ ଅନୁପସ୍ଥିତ ରହିଥିଲେ।

publive-image

ସେହିପରି ବିଦ୍ୟାଳୟରେ ୮୧ ଜଣ ଛାତ୍ରଛାତ୍ରୀ ପାଠ ପଡ଼ୁଥିବା ବେଳେ ମାତ୍ର ୧୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷକ ସହ ଡ଼ିଇଓ ପାର୍ଥନା କରିଥିଲେ। ପରେ ବିଦ୍ୟାଳୟର କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ତଦାରଖ କରିବା ପରେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଡ଼ିଇଓ ନିର୍ଦ୍ଦେଶ ଦେଇଥିଲେ। ଡ଼ିଇଓଙ୍କ ନିର୍ଦ୍ଦେଶ କ୍ରମେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୋଭନ ମଣ୍ଡଳ ଅନୁପସ୍ଥିତ ଥିବା ପ୍ରଧାନଶିକ୍ଷକ ଓ ତିନି ଜଣ ସହକାରୀ ଶିକ୍ଷକମାନଙ୍କ ଗୋଟିଏ ଦିନର ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ଦେଇଛନ୍ତି। ତିନି ଦିନ ମଧ୍ୟରେ କାରଣ ଦର୍ଶାଅ ନଟିସର ସନ୍ତୋଷଜନକ ଉତ୍ତର ନଦେଲେ ପରବର୍ତ୍ତୀ ପବକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe