ଅଧା ରହିଗଲା ଜଳାଭିଷେକ: କାଉଡ଼ିଆଙ୍କ ବାଇକ୍ ଦୁର୍ଘଟଣାରେ ଶିଶୁକନ୍ୟା ଗୁରୁତର

Advertisment

ଜଳାଭିଷେକ କରିବା ପାଇଁ ବାଇକରେ ଦେବଗଡରୁ ନୟାଗଡ଼ ଯାଉଥିଲେ। କିଏ ଜାଣିଥିଲା ବାଟରେ ଅଘଟଣ ଘଟିବ ଆଉ ଜଳାଭିଷେକ ଅଧାରେ ରହିଯିବ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବରଡ଼ାପାଳ ଗ୍ରାମରେ।

ଜଳାଭିଷେକ କରିବା ପାଇଁ ବାଇକରେ ଦେବଗଡରୁ ନୟାଗଡ଼ ଯାଉଥିଲେ। କିଏ ଜାଣିଥିଲା ବାଟରେ ଅଘଟଣ ଘଟିବ ଆଉ ଜଳାଭିଷେକ ଅଧାରେ ରହିଯିବ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବରଡ଼ାପାଳ ଗ୍ରାମରେ।

Accident

ହିନ୍ଦୋଳ: ଜଳାଭିଷେକ କରିବା ପାଇଁ ବାଇକରେ ଦେବଗଡରୁ ନୟାଗଡ଼ ଯାଉଥିଲେ। କିଏ ଜାଣିଥିଲା ବାଟରେ ଅଘଟଣ ଘଟିବ ଆଉ ଜଳାଭିଷେକ ଅଧାରେ ରହିଯିବ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବରଡ଼ାପାଳ ଗ୍ରାମରେ। ଗୁରୁତର ଶିଶୁକନ୍ୟା ହେଲା ଶ୍ରଦ୍ଧାଞ୍ଜଳି ନାଏକ(୪)।

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବରଡ଼ାପାଳ ଗ୍ରାମରେ ଚାରି ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି କାଉଡ଼ିଆଙ୍କ ବାଇକ୍ ଦୁର୍ଘଟଣା ହୋଇଛି। ଅଜୟ କାମ କରି ଯାଇଥିବା ବେଳେ ଅଜୟଙ୍କ ସ୍ତ୍ରୀ ରାସ୍ତାକଡ଼ ବିଲରେ ଧାନ ରୋଉଥିଲେ। ତାଙ୍କର ଚାରିବର୍ଷର ଝିଅ ଘର ଆଡୁ ତାଙ୍କ ମାଙ୍କ ପାଖକୁ ଯିବା ବେଳେଦୁଇ ଜଣ ବ୍ୟକ୍ତି ଦେବଗଡରୁ ନୟାଗଡ଼ ଜଳାଭିଷେକ କରି ଯାଉଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ଧକ୍କା ଦେଇଥିଲା। 

ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ତ ଓ କାନ ପାଖରେ ଗଭୀର ଆଘାତ ଲାଗିଛି। ଫଳରେ କାଉଡ଼ିଆ ଦୁଇ ଜଣ ଓ ସ୍ଥାନୀୟ ଲୋକମାନେ ପ୍ରଥମେ ଗୁରୁତର ଅବସ୍ଥାରେ ହିନ୍ଦୋଳ ମେଡ଼ିକାଲ ଓ ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଶ୍ରଦ୍ଧାଞ୍ଜଳି ଥିବା ବେଳେ ଦୁଇ ଜଣ କାଉଡିଆଙ୍କ ଜଳାଭିଷେକ ଅଧାରେ ରହି ଯାଇଛି।

Dhenkanal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe