ଷ୍ଟକ୍‌ ବଜାରରେ ନିବେଶ ନାଁରେ ଠକେଇ: ଧରାପଡ଼ିଲା ଦଲାଲ

ଷ୍ଟକ୍‌ ବଜାରରେ ଟଙ୍କା ଲଗାଇବା ନାଁରେ ସହରର ଜଣେ ଯୁବକଙ୍କଠାରୁ ୧୪ ଲକ୍ଷ ୭୦ ହଜାର ଟଙ୍କା ଠକିନେଇଥିଲା। ଏନେଇ ରାଉରକେଲା ସାଇବର ଥାନାରେ ଏତଲା ହେବାପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଇନ୍ଦୋରର ମୂଳବାସିନ୍ଦା ଆୟୂଷ ସିଂହ। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

rkl
ରାଉରକେଲା: ଷ୍ଟକ୍‌ ବଜାରରେ ଟଙ୍କା ଲଗାଇବା ନାଁରେ ସହରର ଜଣେ ଯୁବକଙ୍କଠାରୁ ୧୪ ଲକ୍ଷ ୭୦ ହଜାର ଟଙ୍କା ଠକିନେଇଥିଲା। ଏନେଇ ରାଉରକେଲା ସାଇବର ଥାନାରେ ଏତଲା ହେବାପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଇନ୍ଦୋରର ମୂଳବାସିନ୍ଦା ଆୟୂଷ ସିଂହ। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

ଅଭିଯୁକ୍ତ ଆୟୂଷ ପୂର୍ବରୁ ୨୦୨୩ ମେ’ ମସିହାରୁ ଆକ୍ସିସ୍‌ ସିକ୍ୟୁରିଟିଜ୍‌ର ଓ ‘ଇନ୍‌ଭେନ୍‌ଜି ବିଲ୍‌ଡକ୍ୟାପ୍‌ ଫିନ୍‌ଟେକ୍‌ ପ୍ରାଇଭେଟ ଲିମିଟେଡ୍‌’ରେ ବ୍ରୋକର୍‌ଭାବେ କାର୍ଯ୍ୟରତ ଥିଲା। ଏହି ସମୟରେ ଆୟୂଷ ଅଭିଯୋଗକାରୀଙ୍କ ସହ ଚିହ୍ନାପରିଚୟ ହୋଇଥିଲା।

 ଅଭିଯୁକ୍ତ ‘ଗ୍ରୋ‌ ଆପ୍‌’ରେ ପୁଞ୍ଜି ନିବେଶ କରିବାକୁ ଯୁବକଙ୍କୁ ଯାବତୀୟ ପ୍ରଲୋଭନ ଦେଖାଇଥିଲା। ଅଧିକ ଅର୍ଥ ରୋଜଗାର ଲୋଭରେ ଅଭିଯୋଗକାରୀ ତା’ ଜାଲରେ ଫସିଯାଇ ନିବେଶ କରିଥିଲେ। ପରେ ଭଲ ଲାଭ ପାଇବାସହ ଅଭିଯୁକ୍ତକୁ ପାଖାପାଖି ୧ ଲକ୍ଷ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାଭାବ ଯୋଗୁଁ ଯୁବକ ଜଣକ ଟ୍ରେଡିଂ ଛାଡ଼ିଦେଇଥିଲେ।
ଅପରପକ୍ଷରେ ସେତେବେଳକୁ ଚାକିରି ଛାଡ଼ିଦେଇଥିବା ଅଭିଯୁକ୍ତ ଆଉ ଏକ ଲିଙ୍କ୍‌ ପଠାଇ ‘ଗ୍ରୋ’ ସଂସ୍ଥା ପକ୍ଷରୁ ମାର୍ଜିନ ଟ୍ରେଡେଟ୍‌ ଫଣ୍ଡ୍‌ସରେ ଅଧିକ ଲାଭ ହେଉଥିବା କହିଥିଲା। ଏହାପରେ ସିଡିଏସ୍‌ଏଲ୍‌ରେ ଆଉ ଏକ ଆକାଉଣ୍ଟ୍‌ ଖୋଲିବା ନାଁରେ ଯୁବକଙ୍କର ଓଟିପି ମାଗିନେଇଥିଲା। ଏମିତିକି ଯୁବକଙ୍କ ପୂର୍ବ ଆକାଉଣ୍ଟ୍‌ରେ ଥିବା ୧୪ ଲକ୍ଷ ୭୦ ହଜାର ଟଙ୍କାକୁ ସିଡିଏସ୍‌ଏଲ୍‌ ଆକାଉଣ୍ଟ୍‌ ଟ୍ରାନ୍ସଫର୍‌ କରିନେଇଥିଲା। ଏହାପରେ କୌଶଳକ୍ରମେ ଓଟିପି ମାଗି ସବୁ ଅର୍ଥକୁ ତା’ ବାପାଙ୍କ ଜିରୋଧା ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ କରିଥିଲା। ଏହି ଠକେଇ ବିଷୟରେ ପରବର୍ତ୍ତୀ ସମୟରେ ଜାଣି ଯୁବକ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe