ଋଣ ନାଁରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କରୁ ଲକ୍ଷଲକ୍ଷ ଟଙ୍କା ଚଳୁ!

ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଜିପୁର ଶାଖାରେ ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ  ପରେ  ପୁଣି ଛତ୍ରପୁର ଶାଖା ରେ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇଛି।

ଛତ୍ରପୁର: ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଜିପୁର ଶାଖାରେ ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ  ପରେ  ପୁଣି ଛତ୍ରପୁର ଶାଖା ରେ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ପରେ ଏଭଳି ଘଟଣା ପଦାକୁ ଆସିଥିବା ବେଳେ ଆଜି ଛତ୍ରପୁର ଶାଖାରେ ପ୍ରାୟ ୭୫ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତ୍ରପୁର ଥାନାରେ ବର୍ତ୍ତମାନର ଶାଖା ପରିଚାଳକ ସୌରଭ କୁମାର ଦଳବେହେରା ଲିଖିତ ଅଭିଯୋଗ କରିଛନ୍ତି। 

ଛତ୍ରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l ବ୍ରହ୍ମପୁର ବିଜିପୁର ଶାଖାରେ ଏଭଳି ଅଭିଯୋଗ ପରେ ତଦନ୍ତ କରାଯାଇ ଅଭିଯୁକ୍ତ ଦେବାଶିଷ ପଟ୍ଟନାୟକଙ୍କୁ ଗିରଫ କରାଯାଇଥିଲାl ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍‌ ବେଳେ ଏହା ସାମ୍ନାକୁ ଆସିଥିଲା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେl  

ଅଭିଯୋଗକୁ ଆଧାର କରି ଛତ୍ରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l ବ୍ରହ୍ମପୁର ବିଜିପୁର ଶାଖାରେ ଏଭଳି ଅଭିଯୋଗ ପରେ ତଦନ୍ତ କରାଯାଇ ଅଭିଯୁକ୍ତ ଦେବାଶିଷ ପଟ୍ଟନାୟକଙ୍କୁ ଗିରଫ କରାଯାଇଥିଲାl ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍‌ ବେଳେ ଏହା ସାମ୍ନାକୁ ଆସିଥିଲା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେl ଅଭିଯୋଗ ପରେ ପୂର୍ବତନ ଶାଖା ପରିଚାଳକ ଓ ସୁପରଭାଇଜରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହାସହ ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲାl ବର୍ତ୍ତମାନ ଛତ୍ରପୁର ଶାଖାରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ପରେ ଛତ୍ରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ଦେବାଶିଷ ପଟ୍ଟନାୟକ ପ୍ରଥମେ ବିଜିପୁର ଶାଖାରେ ରହିଥିବା ବେଳେ ଅର୍ଥ ହେରଫେର କରିଥିଲେ ପୁଣି ଛତ୍ରପୁର ବଦଳି ହୋଇଥିଲେ। ବିଭିନ୍ନ ମହିଳାମାନଙ୍କ ଠାରୁ ଦୋକାନୀ ଏବଂ ଅନ୍ୟାନ୍ୟ ଋଣ ଦେବା ନାମରେ ଘୋଟଲା କରୁଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe