ପରଲୋକରେ ସ୍ଵାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀ

Advertisment

ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ୍ ଅଧୀନସ୍ଥ  ଦକ୍ଷିଣନରସିଂହପୁର ଗ୍ରାମର ସ୍ଵାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀଙ୍କର ୯୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।

bh

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ୍ ଅଧୀନସ୍ଥ  ଦକ୍ଷିଣନରସିଂହପୁର ଗ୍ରାମର ସ୍ଵାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀଙ୍କର ୯୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୨୭ ମସିହା ଏପ୍ରିଲ ୬ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ପାଠପଢ଼ା ସମୟରେ ମହାତ୍ମାଗାନ୍ଧୀଙ୍କ ଆଦର୍ଶ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଏଣୁ ସେ ଇଂରେଜ ସରକାରଙ୍କର ନଜରବନ୍ଦୀରେ ସବୁବେଳେ ରହି ଆସୁଥିଲେ। ତେଣୁ ତାଙ୍କୁ ବହୁବାର ବନ୍ଦୀ ହେବାକୁ ପଡ଼ିଥିଲା। ସେ ଆଠ ଦିନକୁ ଥରେ ସେ କୋର୍ଟରେ ହାଜର ହେଉଥିଲେ। ରାଜା ଓ ବଡଲାଟଙ୍କର କାର୍ଯ୍ଯକଳାପକୁ ଘୋର ବିରୋଧ କରିବାରୁ ତାଙ୍କୁ ଉଠାବସା ସହ କାରାବରଣ ଭୋଗିବାକୁ ପଡ଼ିଥିଲା।

କେଶବ ପ୍ରାଣିଗ୍ରାହୀ ବାରମ୍ବାର ଆନ୍ଦୋଳନରେ ସାମିଲ ହେବାରୁ ତାଙ୍କର ଆଠ ଏକର ଚଉଷଠି ଡିସିମିଲିଜମିକୁ ମାତ୍ର ୧୪୫ଟଙ୍କାରେ ନିଲାମ କରିଦେବା ସହ ବଜ୍ୟାପ୍ତ କରିଦିଆଯାଇଥିଲା। ଦେଶ ସ୍ଵାଧୀନତା ପାଇବାପରେ ତାଙ୍କୁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀର ମାନ୍ୟତା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ତାଙ୍କୁ ପୁରସ୍କୃତ କରାଯାଇଥିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ସବୁବେଳେ ଭାରତରେ ଦ୍ୱିତୀୟ ସ୍ଵାଧୀନତା ଆନ୍ଦୋଳନର ଆବଶ୍ୟକତା ବୋଲି କହୁଥିଲେ। ତାଙ୍କ ପରଲୋକରେ ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe